ଟିକ୍‌ରୀ ସୀମାରେ ଆନ୍ଦୋଳନକାରୀ କୃଷକ ମୃତ; ଦେଶବ୍ୟାପୀ କୃଷକ ସଙ୍ଗଠନ ଓ ବିରୋଧୀ ଦଳ କର୍ମୀମାନଙ୍କ ରାସ୍ତା ଅବରୋଧ

Advertisment
ସରକାରଙ୍କ ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ: ଆହୁରି ଜୋର୍‌ଦାର ହେବ ଆନ୍ଦୋଳନ, ୧୨ରେ ଦିଲ୍ଲୀକୁ ଯୋଡୁଥିବା ରାଜପଥ ଅବରୋଧ

Image Courtesy of India Today

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ-ଉତ୍ତରପ୍ରଦେଶ ଟିକ୍‌ରୀ ସୀମାନ୍ତରେ ଜଣେ ଅନ୍ଦୋଳନକାରୀ କୃଷକଙ୍କର ମୃତ୍ୟୁ ଘଟିଛି। କୃଷି ଆଇନ୍‌କୁ ବିରୋଧ କରି ସେ ଆନ୍ଦୋଳନରେ ଯୋଗ ଦେଇ ଅଳ୍ପ କିଛି ଦିନ ହେବ ଟିକ୍‌ରୀ ସୀମାରେ ଅବସ୍ଥାନ କରୁଥିଲେ। ସେ ଖୋଲା ଆକାଶ ତଳେ ଶୋଇଥିବା ବେଳେ ତାଙ୍କୁ ମୃତ ଅବସ୍ଥାରେ  ମଙ୍ଗଳବାର ସକାଳେ ଆବିଷ୍କାର କରାଯାଇଥିଲା।

ମୃତ କୃଷକ ହେଉଛନ୍ତି ସୋନିପତ ଗୁହାନା ବାସନ୍ଦା ଅଜୟ ମୁର। ତାଙ୍କ ମୃତ୍ୟୁ ସଂକ୍ରାନ୍ତରେ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। ପୁଲିସ ତାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଅତ୍ୟଧିକ ଥଣ୍ଡା ଯୋଗୁଁ ଚାଷୀଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

ଆଜି ପୂର୍ବାହ୍ନ ୧୧ଟା ପରେ ଦେଶର ବିଭିନ୍ନ ଅଞ୍ଚଳରେ କୃଷକମାନଙ୍କ ଭାରତ ବନ୍ଦ ଡାକରା ଯୋଗୁଁ ରାସ୍ତାଘାଟରେ ବିକ୍ଷୋଭ ପ୍ରଦର୍ଶନ ଏବଂ ଅବରୋଧ ଜାରି ରହିଛି। ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସୀମାନ୍ତକୁ ସଂଯୋଗ କରୁଥିବା ଗାଜିପୁର ସୀମାକୁ ମଧ୍ୟ ପ୍ରତିବାଦକାରୀମାନେ ଅବରୋଧ କରିଛନ୍ତି। କଂଗ୍ରେସ କର୍ମୀମାନେ ମଧ୍ୟ ଚଣ୍ଡିଗଡ଼ ରାଜପଥ ଅବରୋଧ କରିଛନ୍ତି। ଦିଲ୍ଲୀ ଓ ଗାଜିଆବାଦକୁ ସଂଯୋଗ କରୁଥିବା ୯ ନମ୍ବର ଜାତୀୟ ରାଜପଥକୁ ମଧ୍ୟ କୃଷକମାନେ ଅବରୋଧ କରିଛନ୍ତି।

publive-image Image Courtesy of India Today

ଆସାମର ରାଜଧାନୀ ଗୌହାଟିର ଜନତା ଭବନ ସମ୍ମୁଖରେ ପ୍ରତିବାଦ କରୁଥିବା କେତେକ ଲୋକଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି। ଅନ୍ୟ ପକ୍ଷରେ କୃଷକ ଆନ୍ଦୋଳନ ଓ ଭାରତ ବନ୍ଦକୁ ସମର୍ଥନ କରୁଛନ୍ତି ବୋଲି ‘ଡିଏମ୍‌କେ’ ମୁଖ୍ୟ ଏମ୍ କେ ଷ୍ଟାଲିନ୍‌ ଟୁଇଟ୍‌ କରି କହିଛନ୍ତି।

ରାଜସ୍ଥାନ ଜୟପୁରରେ ବିଜେପି ଅଫିସ ଘେରାଉ କରିବା ବେଳେ କଂଗ୍ରେସର କିଛି କର୍ମୀ ଟେକାପଥର ଫିଙ୍ଗିଥିବା ଅଭିଯୋଗ ‌ହୋଇଛି। ଫଳରେ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି।

ଭାରତ ବନ୍ଦକୁ ସମର୍ଥନ କରି ପଞ୍ଜାବରେ ଅଧିକାଂଶ ଦୋକାନ ଓ କାର୍ଯ୍ୟାଳୟ ବନ୍ଦ ରହିଛି। ପଞ୍ଜାବରେ ଥିବା ୩୪୦୦ ପେଟ୍ରୋଲ୍ ପମ୍ପ୍ ମଧ୍ୟ ବନ୍ଦ ରହିଛି।

ବିରୋଧୀମାନେ ତାମସା କରି ଦେଶକୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି ବୋଲି ବନ୍ଦ ସଂକ୍ରାନ୍ତରେ ବିବୃତି ଦେଇ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି। ସେ କହିଛନ୍ତି ଏହା ଭାରତ ବନ୍ଦ ନୁହେଁ। ଏହି ବନ୍ଦକୁ ସମର୍ଥନ କରୁ ନ ଥିବା ନାଗରିକମାନଙ୍କୁ ଆମେ ଧନ୍ୟବାଦ ଜ୍ଞାପନ କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe