ଆଫଗାନିସ୍ତାନ ମସ୍‌ଜିଦ୍‌ରେ ବୋମା ବିସ୍ଫୋରଣ ଘଟି ୩୩ ମୃତ, ୪୩ ଆହତ: ତାଲିବାନ୍‌ ମୁଖପାତ୍ର

Advertisment
ଆଫଗାନିସ୍ତାନ ମସ୍‌ଜିଦ୍‌ରେ ବୋମା ବିସ୍ଫୋରଣ ଘଟି ୩୩ ମୃତ, ୪୩ ଆହତ: ତାଲିବାନ୍‌ ମୁଖପାତ୍ର

Image Courtesy of Zee News

କୁନ୍ଦୁଜ୍: ଉତ୍ତରାଞ୍ଚଳ ଆଫଗାନିସ୍ତାନର କୁନ୍ଦୁଜ୍‌ ପ୍ରଦେଶ ଅନ୍ତର୍ଗତ ଏକ ମସ୍‌ଜିଦ୍‌ରେ ଶୁକ୍ରବାର ନମାଜ ପାଠ ସମୟରେ ବୋମା ବିସ୍ଫୋରଣ ଘଟିବାରୁ ପିଲାଙ୍କ ସମେତ ୩୩ଜଣଙ୍କର ମୃତ୍ୟୁ ଘଟିଛି ଓ ୪୩ଜଣ ଆହତ ହୋଇଥିବା କଥା ଜଣେ ତାଲିବାନ ମୁଖପାତ୍ର କହିଛନ୍ତି।

ସାମାଜିକ ଗଣମାଧ୍ୟମରେ ତାଲିବାନ ନେତୃତ୍ବାଧୀନ କାମଚଳା ସରକାରର ମୁଖ୍ୟ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ ଲେଖିଛନ୍ତି, ଆଜି ଅପରାହ୍ଣରେ କୁନ୍ଦୁଜ୍‌ ପ୍ରଦେଶର ଇମାମ୍‌ ସାହିବ୍‌ ଜିଲ୍ଲାରେ ବିସ୍ଫୋରଣ ହୋଇଥିବା ଜାଣି ଆମେ ଦୁଃଖିତ। ବିସ୍ଫୋରଣ ଯୋଗୁଁ, କେତେ ଜଣ ପିଲାଙ୍କ ସମେତ ୩୩ଜଣ ଗ୍ରାମବାସୀ ନିହତ ହୋଇଛନ୍ତି ଏବଂ ଆଉ ୪୩ଜଣ ଆହତ ହୋଇଛନ୍ତି।

publive-image Image Courtesy of Pratidin Time

‘ସିନ୍‌ହୁଆ ପ୍ରେସ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ମୁଜାହିଦ୍‌ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ, ଆକ୍ରମଣ କରିଥିବା ଅପରାଧୀମାନଙ୍କର ବିଚାର ହେବ।

ନାମ ଗୋପନ ରଖି ଜଣେ ପ୍ରତ୍ୟକ୍ଷଦର୍ଶୀ ‘ସିନ୍‌ହୁଆ’କୁ କହିଛନ୍ତି, ଶୁକ୍ରବାର ଅପରାହ୍ଣ ପ୍ରାୟ ୨.୩୦ରେ ଇମାମ୍‌ ସାହିବସ୍ଥିତ ମୁଲ୍ଲା ସିକନ୍ଦର ମସ୍‌ଜିଦ୍‌ରେ ବିସ୍ଫୋରଣ ସଙ୍ଗଠିତ ହୋଇଥିଲା।

ଶୁକ୍ରବାର ପ୍ରାର୍ଥନା ପରେ ପରେ ପବିତ୍ର ରମ୍‌ଜାନ୍‌ ମାସ ପାଳିବା ଲାଗି ଦଳେ ଉପାସନାକାରୀ ବିଶେଷ ଧରଣର ଧାର୍ମିକ ରୀତି ‘ଜିକ୍ର’ ଆୟୋଜନ କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ମସ୍‌ଜିଦ୍‌ର ଗୋଟିଏ ପାର୍ଶ୍ବ ସମ୍ପୂର୍ଣ୍ଣ ଧ୍ବଂସ କରିଥିବା ଉକ୍ତ ବିସ୍ଫୋରଣଟି କେଉଁ ଧରଣର ତାହା ହଠାତ୍‌ ଜଣାପଡ଼ି ନାହିଁ।

ଉଲ୍ଲେଖଯୋଗ୍ୟ, ଗୁରୁବାର ଦିନ ମଧ୍ୟ ଆଫଗାନିସ୍ତାନରେ ଏକାଧିକ ବିସ୍ଫୋରଣ ଘଟିବା ଯୋଗୁଁ  ୩୪ଜଣ ପ୍ରାଣ ହରାଇବା ସହ ଆଉ ୧୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ସେଦିନ ମଧ୍ୟ ଉତ୍ତରାଞ୍ଚଳ ବାଲ୍‌ଖ୍‌ ପ୍ରଦେଶର ରାଜଧାନୀ ମଜାର୍‌-ଇ-ସରିଫ୍‌ ନଗରୀରେ ଥିବା ଏକ ମସ୍‌ଜିଦ୍‌ରେ ଆକ୍ରମଣ ହୋଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe