ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି: ସରକାରୀ ଚାକିରିରେ ମହିଳାଙ୍କ ପାଇଁ ରହିବ ୩୩ପ୍ରତିଶତ ସଂରକ୍ଷଣ

ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଇସ୍ତାହାର ଜାରି କଲା ବିଜେପି: ସରକାରୀ ଚାକିରିରେ ମହିଳାଙ୍କ ପାଇଁ ରହିବ ୩୩ପ୍ରତିଶତ ସଂରକ୍ଷଣ

indiatoday

କୋଲକାତା: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ଇସ୍ତାହାର ଜାରି କରିଛି ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ବିଜେପିର ଇସ୍ତାହାର ଜାରି କରିଛନ୍ତି। ବିଜେପି ସେମାନଙ୍କର ଇସ୍ତାହାରକୁ 'ସଂକଳ୍ପ ପତ୍ର' ବୋଲି କହିବାକୁ ନିଷ୍ପତ୍ତି ନେଇଛି କାରଣ ଏହା କେବଳ ଇସ୍ତାହାର ନୁହେଁ ବରଂ ଦେଶର ବୃହତ୍ତମ ଦଳ ଦ୍ୱାରା ପଶ୍ଚିମବଙ୍ଗ ପାଇଁ ଏକ ସଂକଳ୍ପ ଚିଠି ଅଟେ। ତେବେ ବିଜେପି ଜାରି କରିଥିବା ସଂକଳ୍ପ ପତ୍ରରେ ସରକାରୀ ଚାକିରିରେ ମହିଳାଙ୍କ ପାଇଁ ୩୩ପ୍ରତିଶତ ସଂରକ୍ଷଣ ରଖିବା ନେଇ ପ୍ରତିଶ୍ରୁତିି ଦେବା ସହ ସିଏଏକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତିି ଦେଇଛି ବିଜେପି।

ଅମିତ୍ ଶାହା କହିଛନ୍ତି ଯେ, ବିଜେପି ସରକାର ଗଠନ କରିବା ପରେ ରାଜ୍ୟ ସରକାରଙ୍କ ସମସ୍ତ ଚାକିରିରେ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦିଆଯିବ। ପଶ୍ଚିମବଙ୍ଗବାସୀ ପିଏମ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବେ। ୭୫,୦୦୦ କୃଷକଙ୍କୁ ତିନି ବର୍ଷ ଧରି ମମତା ଦିଦି ୧୮ହଜାର ଟଙ୍କା ବିତରଣ କରିବାକୁ କହି ବିତରଣ କରିନଥିବା ଟଙ୍କାକୁ ଆମେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇବୁ।

Bengal Election Live aajtak

ଅମିତ ଶାହା ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ପ୍ରତିବର୍ଷ କୃଷକମାନଙ୍କୁ ଭାରତ ସରକାରଙ୍କଠାରୁ ଯେଉଁ ୬ହଜାର ଟଙ୍କା ମିିଳେ, ସେଥିରେ ରାଜ୍ୟ ସରକାର ୪ହଜାର ଟଙ୍କା ମିଶାଇ କୃଷକଙ୍କୁ ବଣ୍ଟନ କରିବେ। ପ୍ରତିବର୍ଷ ମତ୍ସ୍ୟଜୀବୀଙ୍କୁ ୬ହଜାର ଟଙ୍କା ଦିଆଯିବ। ଆମେ ନିଷ୍ପତ୍ତି ନେଇଛୁ ଯେ ନାଗରିକତ୍ୱ ସଂଶୋଧନ ଆଇନକୁ ପ୍ରଥମ କ୍ୟାବିନେଟରେ କାର୍ଯ୍ୟକାରୀ କରିବୁ। ମୁଖ୍ୟମନ୍ତ୍ରୀଙ୍କ ଶରଣାର୍ଥୀ ଯୋଜନା ଅନୁଯାୟୀ ପ୍ରତ୍ୟେକ ଶରଣାର୍ଥୀ ପରିବାରକୁ ଡିବିଟିରୁ ପାଞ୍ଚ ବର୍ଷ ପାଇଁ ବାର୍ଷିକ ୧୦ହଜାର ଟଙ୍କା ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe