ଆଫଗାନିସ୍ତାନରେ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩୪ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ

Advertisment
ଆଫଗାନିସ୍ତାନରେ ସେନା ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ୩୪ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ

photo-indian express

କାବୁଲ: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ଆତଙ୍କବାଦୀ ସଂଗଠନ ତାଲିବାନ ଦ୍ୱାରା ହୋଇଥିବା ଏହି ଆକ୍ରମଣରେ ଅତି କମରେ ୩୪ଜଣ ଆଫଗାନିସ୍ତାନ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି। ଆଫଗାନିସ୍ତାନର ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ଏବଂ ତାଲିବାନ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

ଏହି ଏନକାଉଣ୍ଟରରେ କିଛି ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ମୃତଦେହ ମିଳିପାରିନାହିଁ | ତେଣୁ ଏହି ଏନକାଉଣ୍ଟରରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ତେବେ ତାଖର ପ୍ରାଦେଶିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅବଦୁଲ କାୟୁମ କହିଛନ୍ତି ଯେ ଏହି ଆକ୍ରମଣରେ କିଛି ପୁଲିସ କର୍ମୀଙ୍କ ସମେତ ୩୪ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା କହିଛନ୍ତି।

କୁହାଯାଉଛି ଯେ ସୁରକ୍ଷାବାହିନୀ ଏକ ଅପରେସନ୍ କରିବାକୁ ଯାଉଥିବାବେଳେ ତାଲିବାନ ଆତଙ୍କବାଦୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ତେବେ ତାଲିବାନ ପକ୍ଷରୁ ଏହି ଆକ୍ରମଣ ବାବଦରେ କୌଣସି ପ୍ରତିକ୍ରିୟା ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe