Image Courtesy of The New Indian Express
ଚଣ୍ଡିଗଡ଼: କୁରୁକ୍ଷେତ୍ରରେ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଇସ୍କନ୍ ନିର୍ମାଣ କରୁଥିବା କୃଷ୍ଣ-ଅର୍ଜୁନ ମନ୍ଦିର ନିମନ୍ତେ ଚୀନ୍ରୁ ଆସିବାକୁ ଥିବା ଚାରିଟି ଘୋଡ଼ା ଏବେ ଇଣ୍ଡୋନେସିଆରୁ ଆସିବ। ଦେଶରେ ଚୀନ୍ ବିରୋଧୀ ଭାବାବେଗ ଯୋଗୁଁ ମନ୍ଦିର ପରିଚାଳନା କମିଟି ଘୋଡ଼ା ଲାଗି ଚୀନ୍ କମ୍ପାନିକୁ ବରାଦ ନ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଛି।
ପ୍ରାପ୍ତ ସୂଚନା ଅନୁସାରେ, ମନ୍ଦିରରେ ସ୍ଥାପନା ନିମନ୍ତେ ଚାରିଟି ଘୋଡ଼ା ବରାଦ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ୪୧ ମିଟର୍ ଲମ୍ବ ଓ ୩୪ ଫୁଟ୍ ଉଚ୍ଚ ଏହି ଘୋଡ଼ା ଶଙ୍ଖମର୍ମର ପଥରେ ତିଆରି ହୋଇଥାଆନ୍ତା। ପ୍ରତି ଘୋଡ଼ାର ମୂଲ୍ୟ ପ୍ରାୟ ୮୦ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ଏଥିପାଇଁ ଚୀନ୍ କମ୍ପାନି ସହ କଥାବାର୍ତ୍ତା ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା।
Image Courtesy of The Times of Indiaନିଷ୍ପତ୍ତି ପରିବର୍ତ୍ତନ ସଂକ୍ରାନ୍ତରେ କୁରୁକ୍ଷେତ୍ର ଇସ୍କନ୍ ଅଧ୍ୟକ୍ଷ ସାକ୍ଷୀଗୋପାଳ ଦାସ କହନ୍ତି, ଚୀନ୍ କମ୍ପାନିକୁ ଆମେ ଚାରିଟି ଘୋଡ଼ା ଲାଗି ବରାଦ ଦେବାକୁ ଯାଉଥିଲୁ। କିନ୍ତୁ, ସମ୍ପ୍ରତି ଦେଶରେ ଚୀନ୍ ବିରୋଧୀ ଭାବାବେଗ ଯୋଗୁଁ ବରାଦ ନ ଦେବାକୁ ନିଷ୍ପତ୍ତି ନେଲୁ। ଏହାଛଡ଼ା ଚୀନ୍ କମ୍ପାନି ଘୋଡ଼ାଗୁଡ଼ିକ ମାନ ମଧ୍ୟ ସେତେଟା ଭଲ ନୁହେଁ। ଇଣ୍ଡୋନେସିଆର ଗୋଟାଏ କମ୍ପାନିକୁ ଘୋଡ଼ା ଲାଗି ବରାଦ ଦେବା ପାଇଁ ଏବେ ଆମେ ନିଷ୍ପତ୍ତି ନେଇଛୁ। ଏ ସଂକ୍ରାନ୍ତରେ କଥାବାର୍ତ୍ତା ଚଲିଛି। ସହସା ବରାଦ ଦିଆଯିବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୧୮ରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ମନ୍ଦିର ୨୦୨୨ରେ ଶେଷ ହେବ। ୬ ଏକର ଜମିରେ ନିର୍ମାଣ ଚାଲିଥିବା ଏହି ମନ୍ଦିର ୨୩୦୦୦ ବର୍ଗଫୁଟ୍ ପରିମିତ ଓ ୧୬୫ ଫୁଟ୍ ଉଚ୍ଚ। ଏଥିରେ ତିନିଟି ମହଲା ରହିବ। ଏଥିରେ ରହିବ ବିଶ୍ବର ବୃହତ୍ତମ ଭଗବତ ଗୀତା। ଭକ୍ତମାନଙ୍କ ଲାଗି ମହାଭାରତ ପ୍ରଦର୍ଶନ ନିମନ୍ତେ ଏଥିରେ ରହିବ ମଲ୍ଟି ମିଡିଆ କେନ୍ଦ୍ର। ଏହାଛଡ଼ା, ଏଠାକାର ପାଠାଗାରରେ ରହିବ ସବୁ ଧର୍ମଗ୍ରନ୍ଥ, ଗୋବିନ୍ଦ ରେସ୍ତୋରାଁ, ୭୫ କୋଠରି ଅତିଥିଭବନ, ଆର୍ଟ ଗ୍ୟାଲେରି, ଅଧ୍ୟାତ୍ମିକ ଉପହାର ଦୋକାନ, ସୁପରମାର୍କେଟ୍ ଏବଂ କାଫେ। ଏଯାବତ୍ ୬୦% ନିର୍ମାଣ କାର୍ଯ୍ୟ ଶେଷ ହୋଇଛି।
Follow Us