Image Courtesy of Zee News
କରାଚି: ବିନା ଅନୁମତିରେ ପାକିସ୍ତାନ ସୀମାବର୍ତ୍ତୀ ଜଳରାଶିରେ ପ୍ରବେଶ କରିଥିବା କାରଣରୁ ପାକିସ୍ତାନ ମେରିଟାଇମ୍ ସିକ୍ୟୁରିଟି ଏଜେନ୍ସି ୩୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଜଣେ ସାମୁଦ୍ରିକ ନିରାପତ୍ତା ମୁଖପାତ୍ର କହିଛନ୍ତି ମଙ୍ଗଳବାର ଦିନ ଏହି ଗିରଫଦାରି ହୋଇଛି ଏବଂ ସେଥିସହ ୬ଟି ଡଙ୍ଗା ମଧ୍ୟ ଜବତ କରାଯାଇଛି।
ମତ୍ସ୍ୟଜୀବୀମାନଙ୍କୁ ସ୍ଥାନୀୟ ବନ୍ଦର ପୁଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ଆଗରେ ହାଜର କରାଯିବା ପରେ ସେ ଜୁଡିସିଆଲ୍ ରିମାଣ୍ଡ୍ କଥା ସ୍ଥିର କରିବେ।
ଜାନୁଆରି ମାସ ପର ଠାରୁ ସାମୁଦ୍ରିକ ନିରାପତ୍ତା ଏଜେନ୍ସି ଭାରତୀୟ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରିବାରେ ଏହା ହେଉଛି ପ୍ରଥମ ଘଟଣା।
ଜାନୁଆରି ମାସରେ ପାଞ୍ଚଜଣ ଗୁଜରାଟୀ ନାବିକଙ୍କୁ ଗିରଫ କରାଯାଇ ଜେଲ୍ରେ ରଖାଯାଇଛି।
ଗତ ମାସରେ ପାକିସ୍ତାନ ସରକାର ତିନୋଟି ପର୍ଯ୍ୟାୟରେ କରାଚିର ଲାନ୍ଧି ଏବଂ ମାଲିର୍ କାରାଗାରରୁ ୨୫୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ମୁକୁଳାଇ ଥିଲେ।
Follow Us