ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୩୪ ପ୍ରତିଶତ ଲୋକଙ୍କର କୌଣସି ‌ରୋଜଗାର ନାହିଁ

Advertisment
ଭଞ୍ଜନଗର ଉପଖଣ୍ଡରେ ସଚେତନତା ସ‌ତ୍ତ୍ବେ ଦୁର୍ଘଟଣାରେ ୩ ବର୍ଷରେ ୧୮୬ ମୃତ

Clipart.Email

ନୂଆଦିଲ୍ଲୀ: ଦେଶରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ୩୪ ପ୍ରତିଶତ ଲୋକଙ୍କର କୌଣସି ରୋଜଗାର ନାହିଁ ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ସେହିପରି ୨୮ ପ୍ରତିଶତ ଲୋକଙ୍କର ରୋଜଗାର ୧୦ ହଜାରରୁ ୨୦ ହଜାର ମଧ୍ୟରେ। ସଡ଼କ ପରିବହନ ମନ୍ତ୍ରାଳୟ ପାଇଁ ସଡ଼କ ଦୁର୍ଘଟଣାଜନିତ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ଜାଣିବାପାଇଁ ହୋଇଥିବା ଏକ ଅଧ୍ୟୟନରୁ ଏହି ତଥ୍ୟ ସଂଗ୍ରହ ହୋଇଛି। ତଥ୍ୟରୁ ଏହା ଜଣା ପଡ଼ିଛି ଯେ, ଅତି କମ୍‌ରେ ୩ ପ୍ରତିଶତ ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ମାସିକ ‌ରୋଜଗାର ୫୦ ହଜାରରୁ ଅଧିକ। ସେହିପରି ଜାଣିବାକୁ ମିଳିଛି ଯେ, ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ପ୍ରାୟ ୫୮ ପ୍ରତିଶତ ବ୍ୟକ୍ତି ବାଇକ୍‌ ଚାଳକ ଏବଂ ୧୫.୫ ପ୍ରତିଶତ ପଥଚାରୀ। ୩୧ ସରକାରୀ ଏବଂ ୨୧ ଘରୋଇ ହସ୍ପିଟାଲ୍‌ରୁ ସଂଗ୍ରହ କରାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି। ହସ୍ପିଟାଲ୍‌ରେ ଆଡମିଟ୍‌ ହୋଇଥିବା ପ୍ରାୟ ୧୦.୭ ପ୍ରତିଶତ ଦୁର୍ଘଟଣା ପୀଡ଼ିତଙ୍କ କାର୍‌ , ଏସ୍‌ୟୁଭି ଏବଂ ଟାକ୍ସି ଅଛି। ସେହିପରି ଦୁର୍ଘଟଣାର ଶିକାର ହେଉଥିବା ୬୭ ପ୍ରତିଶତ ଲୋକଙ୍କ ବୟସ ୧୮ରୁ ୪୫ ବର୍ଷ ମଧ୍ୟରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe