୩୪୭ ଯୁବ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ

Advertisment
୩୪୭ ଯୁବ ସୈନ୍ୟ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ

ନୂଆଦିଲ୍ଲୀ : ଗତକାଲି ଡେରାଡ଼ୁନ୍‌ ସ୍ଥିତ ଭାରତୀୟ ସୈନ୍ୟ ଏକାଡେମି (ଆଇଏମ୍‌ଏ)ରେ ପାସିଂ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ପାସିଙ୍ଗ୍‌ ଆଉଟ୍‌ ସମାରୋହରେ ଯୁବ ସୈନ୍ୟ ଅଧିକାରୀମାନେ ବିଧିବଦ୍ଧ ଭାବେ ଭାରତୀୟ ସେନାରେ ସାମିଲ ‌େହବାର ମର୍ଯ୍ୟାଦା ହାସଲ କରିଛନ୍ତି। ଆଇଏମଏର ପାସିଂ ଆଉଟ୍ ପରେଡ୍‌ରେ ମୋଟ ୩୪୭ ଯୁବ ସୈନ୍ୟ ଅଧିକାରୀ ଥିବାବେଳେ ଏମାନଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ରହିଛନ୍ତି।

ଭାରତୀୟ ସ୍ଥଳସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଦେବରାଜ ଅନ୍‌ବୁ ଯୁବ ସୈନ୍ୟ ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ଚ୍ୟାଲେଂଜ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ବାନ ଦେଇଥିଲେ। ଭାରତୀୟ ସୈନ୍ୟ ଏକାଡେମି ଦ୍ବାରା ଚୟନ ହୋଇଥିବା ରାଜ୍ୟଭିତ୍ତିକ ତାଲିକାରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶରୁ ସର୍ବାଧିକ ୫୩ ଜଣ ଯୁବ କ୍ୟାଡେଟ୍‌ଙ୍କୁ ସୈନ୍ୟ ଅଧିକାରୀ ରୂପେ ଚୟନ କରାଯାଇଥିବା ବେଳେ ହରିୟାଣାରୁ ୫୧ ଜଣ ଓ ବିହାରରୁ ୩୯ ଚୟନ ହୋଇଛନ୍ତି। ଏହି ତାଲିକାରେ ଓଡ଼ିଶା ସ୍ଥାନ ୧୭ରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe