ପାନୀୟ ଜଳ ଓ ଜଳସେଚନ ପାଇଁ ଆଗାମୀ ୫ ବର୍ଷରେ ୩.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ ସରକାର: ପ୍ରଧାନମନ୍ତ୍ରୀ ମୋଦୀ

Advertisment
ପାନୀୟ ଜଳ ଓ ଜଳସେଚନ ପାଇଁ ଆଗାମୀ ୫ ବର୍ଷରେ ୩.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ ସରକାର: ପ୍ରଧାନମନ୍ତ୍ରୀ ମୋଦୀ

Deccan Herald

ହିସାର: ଆସନ୍ତା ୫ ବର୍ଷ ମଧ୍ୟରେ ସରକାର ପାନୀୟ ଜଳ ଯୋଗାଣ ଓ ଜଳସେଚନ ପାଇଁ ୩.୫ ଲକ୍ଷ କୋଟି ଟଙ୍କା ନିବେଶ କରିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଘୋଷଣା କରିଛନ୍ତି। ‘ଜଳ ଜୀବନ ମିସନ’ ଅଧୀନରେ ଦେଶର ମାଆ, ଉଭଣୀ ଓ ଚାଷୀ ଭାଇମାନଙ୍କ ଜଳ ସମସ୍ୟାକୁ ଦୂରେଇ ଦେବାକୁ ସରକାର ଏପରି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ମୋଦୀ ହରିଆଣାରେ ନିର୍ବାଚନ ପ୍ରଚାର କରିବା ବେଳେ ଆହୁରି ବି କହିଛନ୍ତି ଯେ ଜଳ ସମସ୍ୟା ଦୂର ହୋଇଗଲେ କୃଷକମାନେ ଆଉ ପାଣିପାଗକୁ ଭରସା କରି ରହିବେ ନାହିଁ।

ପାରମ୍ପରିକ ଜଳ ଯୋଗାଣ ପ୍ରକ୍ରିୟାକୁ ଗ୍ରାମାଞ୍ଚଳରେ ପୁନରୁତ୍ଥାନ କରାଯିବ। ଘରେ ବ୍ୟବହୃତ ହେଉଥିବା ପାଣକୁ ପୁଣି ଥରେ ଚାଷବାସରେ ବ୍ୟବହାର କରିବାକୁ ଆବଶ୍ୟକୀୟ ପ୍ରକ୍ରିୟାର ସହାୟତା ନିଆଯିବ ବୋଲି ସେ ଆଶ୍ୱାସନା ଦେଇ କହିଛନ୍ତି। ୨୦୨୪ ମସିହା ସୁଦ୍ଧା ଦେଶରେ ଆଉ ଜଳ ସମସ୍ୟା ରହି ନ ଥିବ ବୋଲି ମୋଦୀ ଆଶା ପ୍ରକଟ କରି କହିଛନ୍ତି।

publive-image Deccan Chronicle

କେବଳ ସେତିକି ନୁହେଁ, ମୋଦୀ ବିରୋଧୀମାନଙ୍କୁ ବି ବାକ୍‌ ବାଣରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ବିରୋଧୀମାନେ ନିଜ ନିଜ ଭିତରେ ଲଢ଼େଇ କରିବାରେ ବ୍ୟସ୍ତ। ସେ କେବେ ବି ହରିଆଣାର ସ୍ଥିତିରେ ସୁଧାର ଆଣିପାରିବେ ନାହିଁ। ବିଜେପି ଯେତେବେଳେ ହରିଆଣାର ବିକାଶ କଥା ଚିନ୍ତା କରୁଛି ସେମାନେ ସେତେବେଳେ ପରସ୍ପର ସହ ଝଗଡ଼ା କରୁଛନ୍ତି। ସେମାନେ କେବଳ ନିଜ ମନକୁ ଶାନ୍ତି ଦେବାକୁ ଏକ ଦଳ ଗଠନ କରିଛନ୍ତି ବୋଲି ମୋଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe