Image Source: India Today
ଦୁବାଇ: ମୁସଲମାନମାନଙ୍କର ପବିତ୍ର ମକ୍କା ନଗରୀ ନିକଟରେ ଗୋଟାଏ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତୀର୍ଥାଟନରେ ଯାଇଥିବା ୩୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା କଥା ସାଉଦି ଆରବର ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।
ରାଷ୍ଟ୍ରାୟତ ସାଉଦି ପ୍ରେସ୍ ଏଜେନ୍ସି ଗୁରୁବାର ଦିନ ରିପୋର୍ଟ କରିଛି ଯେ ଏହି ଦୁର୍ଘଟଣାରେ ଆଉ ଚାରି ଜଣ ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Representative Image Source: Hindustan Timesସାଉଦି ଆରବର ମଦିନା ପ୍ରଦେଶର ପୁଲିସ କଥାକୁ ଉଦ୍ଧାର କରି ଏଜେନ୍ସି କହିଛି ଯେ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ମକ୍କା ଓ ମଦିନା ସହରକୁ ସଂଯୋଗ କରୁଥିବା ସଡ଼କରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାସ୍ଥଳ ହେଉଛି ପଶ୍ଚିମ ସାଉଦି ଆରବ ଅନ୍ତର୍ଗତ ମଦିନାର ଅଲ୍-ଅଖଲ୍ କେନ୍ଦ୍ର।
ସବିଶେଷ ବିବରଣୀ ନ ଦେଇ ଏଜେନ୍ସି କହିଛି ଯେ ଏହି ରିଜର୍ଭେସନ୍ରେ ଯାଇଥିବା ଏହି ବସ୍ଟିରେ ଏସୀୟ ଓ ଆରବୀ ନାଗରିକ ଥିଲେ। ବସ୍ଟି ଗୋଟାଏ ଭାରୀ ଯାନ ସହ ଧକ୍କା ଖାଇଥିବା କଥା ମଦିନା ପୁଲିସ ମୁଖପାତ୍ର କହିଛନ୍ତି।
ପୁଲିସ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ସରକାରୀ କର୍ତ୍ତୃପକ୍ଷମାନେ ହଠାତ୍ କିଛି କହି ନାହାନ୍ତି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ କେହି ଭାରତୀୟ ଅଛନ୍ତି କି, ନାହିଁ ସାଉଦି ଆରବସ୍ଥିତ ଇଣ୍ଡିଆନ୍ ମିସନ୍ ଜାଣିବାକୁ ଉଦ୍ୟମ ଚଳାଇଛି।
Follow Us