୩୫ ବର୍ଷ ନିଷିଦ୍ଧ ହେବା ପରେ ସାଉଦି ଆରବରେ ଖୋଲିଲା ପ୍ରଥମ ସିନେମା ହଲ୍‌

Advertisment
୩୫ ବର୍ଷ ନିଷିଦ୍ଧ ହେବା ପରେ ସାଉଦି ଆରବରେ ଖୋଲିଲା ପ୍ରଥମ ସିନେମା ହଲ୍‌

ରିୟାଦ୍‌: ଧାର୍ମିକ କାରଣରୁ ଗତ ୩୫ ବର୍ଷ ନିଷିଦ୍ଧ ହେବା ପରେ ବୁଧବାର ଦିନ ପ୍ରଥମ ଥର ଲାଗି ସାଉଦି ଆରବରେ ଖୋଲିଛି ପ୍ରଥମ ସିନେମା ହଲ୍‌।

ରାଜଧାନୀ ରିୟାଦ୍‌ରେ ପ୍ରଦର୍ଶୀତ ହେବାକୁ ଯାଉଥିବା ଚଳଚ୍ଚିତ୍ରଟି ହେଉଛି ‘ବ୍ଲାକ୍‌ ପାନ୍ଥର୍‌’। ଏହାକୁ ଉପଭୋଗ କରିବେ ମିଶ୍ରିତ ସାଉଦି ଏବଂ ବିଦେଶୀ ଦର୍ଶକ।

ସାଉଦି ସଂସ୍କୃତି ଏବଂ ସୂଚନା ମନ୍ତ୍ରୀ ଅଓ୍ଵାଦ୍‌ ଅଲ୍‌ଆଓ୍ଵାଦ୍‌, ସେଲିବ୍ରିଟି ଏବଂ ଅତିଥି ସିନେମା ନିର୍ମାତାଙ୍କ ଗହଣରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଚଳଚ୍ଚିତ୍ର ପ୍ରତି ଆଗ୍ରହ ବୃଦ୍ଧି ହୋଇଥିବା କଥା ସାଉଦି ଜେନେରାଲ୍‌ ଅଥରିଟି ଫର୍‌ ଅଡିଓଭିଜୁଆଲ୍‌ ମିଡିଆର ଟୁଇଟର୍‌ ଆକାଉଣ୍ଟ୍‌ରୁ ଜଣାପଡ଼ିଥିଲା। ଏହାର ନୂତନ ଅନୁଗାମୀଙ୍କ ସଂଖ୍ୟା ୧୦୫, ୦୦୦ ଟପି ଯାଇଥିଲା।

publive-image

ସାଉଦି ଆରବର ସାମାଜିକ ଏବଂ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମର ଅଂଶସ୍ୱରୂପ ୨୦୧୮ ସୁଦ୍ଧା ବ୍ୟାବସାୟିକ ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ଗତ ଡିସେମ୍ବର ମାସରେ ନିଷ୍ପତ୍ତି ନିଆଯାଇଥିଲା।

ସଦ୍ୟତମ ଯୋଜନା ଅନୁସାରେ, ସାଉଦି ଆରବରେ ୨୦୩୦ ସୁଦ୍ଧା ୩୫୦ଟି ସିନେମା ହଲ୍‌ ଏବଂ ୨, ୫୦୦ ସ୍କ୍ରିନ୍‌ ଖୋଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe