କରୋନାକୁ ନେଇ ଅପପ୍ରଚାର : ୩୫୦ ବ୍ୟକ୍ତିଙ୍କୁ ଦଣ୍ଡିତ କଲା ଚୀନ୍‌

Advertisment
୯୨ ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ବ୍ୟାପୁଛି

Fox Business

ହଂକଂ : କରୋନା ଭାଇରସକୁ ନେଇ ଅପପ୍ରଚାର କରୁଥିବା ଅଭିଯୋଗରେ ଚୀନ ସରକାର ୩୫୦ ବ୍ୟକ୍ତିଙ୍କୁ ଦଣ୍ଡିତ କରିଛି। ଯେଉଁମାନେ କରୋନା ଭାଇରସ ସମ୍ପର୍କରେ ମିଥ୍ୟା ଖବର ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି କିମ୍ବା କରେନା ଭାଇରସ ଆକ୍ରାନ୍ତଙ୍କୁ ନେଇ ଅପପ୍ରଚାର କରୁଛନ୍ତି ସରକାର ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସେହିଭଳି ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିବା ଅନେକ ବିଭ୍ରାନ୍ତକାରୀ ଭିଡିଓକୁ ତୁରନ୍ତ ହଟାଇନେବାକୁ ସରକାର ପଦକ୍ଷେପ ନେଇଛନ୍ତି। ‘ଉଇ ଚାଟ୍‌’ ନାମକ ଏକ ସୋସିଆଲ ମିଡ଼ିଆ ଆପ୍‌କୁ ସରକାର ବ୍ଲକ୍ କରିଦେଇଛନ୍ତି। ‘ଉଇ ଚାଟ୍‌’ କରୋନା ଭାଇରସ ସମ୍ପର୍କରେ ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ କରୁଥିବାର ଜାଣିବା ପରେ ସରକାର ଏହାକୁ ବ୍ଲକ୍‌ କରିଦେଇଛନ୍ତି। ଏହାବ୍ୟତୀତ ବିଭିନ୍ନ ସୋସିଆଲ ମିଡ଼ିଆ, ୟୁଟୁବ ଓ ଭିଡିଓ ଚ୍ୟାନେଲ୍‌ ଉପରେ ସରକାର କଡ଼ା ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe