୩୫୭୦ କିମି ଭାରତ ଯୋଡ଼ୋ ଯାତ୍ରା: ଆଜି ୫୦% ଲକ୍ଷ୍ୟ ହାସଲ କରିବ

Advertisment
୩୫୭୦ କିମି ଭାରତ ଯୋଡ଼ୋ ଯାତ୍ରା: ଆଜି ୫୦% ଲକ୍ଷ୍ୟ ହାସଲ କରିବ

ମୁମ୍ବାଇ: ଭାରତ ଯୋଡ଼ୋ ଯାତ୍ରା ବୁଧବାର ୬୩ ଦିନରେ ପ୍ରବେଶ କରିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ବୁଧବାର ଭୋର ୫.୪୫ ସମୟରେ ମହାରାଷ୍ଟ୍ର ନାନ୍ଦେଡ଼ ଜିଲ୍ଲାର ବିଲୋଲିରୁ ଯାତ୍ରା ଆରମ୍ଭ କରିଛନ୍ତି। ମହାରାଷ୍ଟ୍ରରେ ବୁଧବାର ଦିନ ଭାରତ ଯୋଡ଼ୋ ଯାତ୍ରା ତୃତୀୟ ଦିନରେ ପହଞ୍ଚିଛି। ଏଆଇସିସି ସାଧାରଣ ସଚିବ କେସି ବେଣୁଗୋପାଳ, ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପାଟୋଲ, ମୁମ୍ବାଇ କଂଗ୍ରେସ ମୁଖ୍ୟ ଭାଇ ଜଗତାପ, ନସିମ ଖାନ, ବିଶ୍ବଜିତ କଦମ ଏବଂ ଅନ୍ୟ ନେତାମାନେ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। .

ଜୟରାମ ରମେଶ ଆଜି ନୈଗାଓଁରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଭାରତ ଯୋଡ଼ୋ ଯାତ୍ରା କଂଗ୍ରେସ ପାଇଁ ଏକ ‘ସଂଜିବନୀ’ ସଦୃଶ ହୋଇଛି। ରମେଶ କହିଛନ୍ତି, ୨୭ତମ ଜିଲ୍ଲା ଭାବେ ନାନ୍ଦେଡ଼ରେ ଯାତ୍ରା ପହଞ୍ଚିଛି। ୧୨ ଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଯାତ୍ରା ଚାଲିବ। ନଭେମ୍ବର ୨୦ରେ ଭାରତ ଯୋଡ଼ୋ ଯାତ୍ରା ମଧ୍ୟପ୍ରଦେଶରେ ପ୍ରବେଶ କରିବ। ରାହୁଲ ଗାନ୍ଧି ସେପ୍‌ଟେମ୍ବର ୭ରେ କନ୍ୟାକୁମାରୀରୁ ୩୫୭୦ କିମି ଯାତ୍ରା ଆରମ୍ଭ କରିଥିଲେ। ଆଜି ଏହା ୫୦ ପ୍ରତିଶତ ଦୂରତା ଲକ୍ଷ୍ୟ ହାସଲ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe