ପ୍ରସବର ୪ଘଣ୍ଟା ପୂର୍ବରୁ ଗର୍ଭବତୀ ଥିବା ଜାଣିଲେ ମହିଳା, ତା’ପରେ...

Advertisment

ପ୍ରସବର ୪ଘଣ୍ଟା ପୂର୍ବରୁ ଗର୍ଭବତୀ ଥିବା ଜାଣିଲେ ମହିଳା। ବିବାହ ପରେ ମା’ ହେବାକୁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବା ପରେ ଆଶା ଛାଡ଼ି ଦେଇଥିଲେ ଚୀନରେ ରହୁଥିବା ମହିଳା।

ପ୍ରସବର ୪ଘଣ୍ଟା ପୂର୍ବରୁ ଗର୍ଭବତୀ ଥିବା ଜାଣିଲେ ମହିଳା। ବିବାହ ପରେ ମା’ ହେବାକୁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବା ପରେ ଆଶା ଛାଡ଼ି ଦେଇଥିଲେ ଚୀନରେ ରହୁଥିବା ମହିଳା।

tdelivry

ନୂଆଦିଲ୍ଲୀ: ପ୍ରସବର ୪ଘଣ୍ଟା ପୂର୍ବରୁ ଗର୍ଭବତୀ ଥିବା ଜାଣିଲେ ମହିଳା। ବିବାହ ପରେ ମା’ ହେବାକୁ ସବୁ ପ୍ରକାର ଚେଷ୍ଟା କରି ବିଫଳ ହେବା ପରେ ଆଶା ଛାଡ଼ି ଦେଇଥିଲେ ଚୀନରେ ରହୁଥିବା ମହିଳା। ହେଲେ ଈଶ୍ବର ତାଙ୍କୁ ଏଭଳି ଉପହାର ଦେବେ ବୋଲି ତାଙ୍କୁ ଜଣାନଥିଲା। ୮.୫ମାସର ଗର୍ଭବତୀ ଥାଇ ବି ଜାଣିପାରିନଥିଲେ ମହିଳା। ପ୍ରସବର ମାତ୍ର ୪ଘଣ୍ଟା ପୂର୍ବରୁ ଗର୍ଭବତୀ ଥିବା ଜାଣି ଆଶ୍ଚର୍ଯ୍ୟ ହେବା ସହ ମହିଳାଜଣକ ଖୁସି ହୋଇଯାଇଥିଲେ ବୋଲି ଜଣାପଡ଼ିଛି। ଘଟଣାଟି ଘଟିଛି ପୂର୍ବ ଚୀନ୍‌ର ଝେଜିଆଙ୍ଗ ପ୍ରଦେଶରେ। ମହିଳାଙ୍କ ନାମ ଗୋଙ୍ଗ(୩୬) ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ଗୋଙ୍ଗ ଏବଂ ତାଙ୍କ ସ୍ବାମୀ ବିବାହ ପରେ ମାତାପିତା ହେବାକୁ ବହୁତ ଚେଷ୍ଟା କରୁଥିଲେ। ଆଇଭିଏଫ ସହିତ ଅନ୍ୟ ବାଟ ଆପଣାଇ ସାରିଥିଲେ ବି ଗୋଙ୍ଗ ମା‘ ବନିପାରୁନଥିଲେ । ଓଜନ କମାଅ ନଚେତ କିଛି ସମ୍ଭବ ନୁହଁ ବୋଲି କହିସାରିଥିଲେ ଡାକ୍ତର। ଏସବୁ ମଧ୍ୟରେ ୨୬ବର୍ଷୀୟ ଗୋଙ୍ଗ କେବେ ବି ମା’ ହୋଇପାରିବେ ନାହିଁ ବୋଲି ଭାବିସାରିଥିଲେ। ଡିସେମ୍ବର ମାସରେ ତାଙ୍କ ହାତ ଅଚଳ ହେବା ଭଳି ଲାଗିବାରୁ ସେ ଡାକ୍ତରଖାନା ଯାଇଥି‌ଲେ। ସେଠାରେ ତାଙ୍କର ରକ୍ତଚାପ ଅଧିକ ଥିବା ଜଣାପଡ଼ିଥିଲା। ଏହି ସମୟରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ, ଗୋଙ୍ଗଙ୍କର କିଛି ମାସ ହେଲା ମାସିକଧର୍ମ ହେଉନାହିଁ। ଏହା ଜାଣି ଗୋଙ୍ଗଙ୍କୁ ଅଲଟ୍ରାସାଉଣ୍ଡ କରିବାକୁ କହିଥିଲେ ଡାକ୍ତର। ଅଲଟ୍ରାସାଉଣ୍ଡ ପରେ ଗୋଙ୍ଗ ୮.୫ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ରକ୍ତଚାପ ଅଧିକ ଥିବାରୁ ଡାକ୍ତର ତୁରନ୍ତ ତାଙ୍କ ପ୍ରସବ କରାଇଥିଲେ। ଏବେ ଉଭୟ ଗୋଙ୍ଗ ଓ ତାଙ୍କ ସନ୍ତାନ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe