୨୦୨୨ ଜାନୁଆରିରେ ପହଞ୍ଚିବ ଭାରତର ବରାଦ ମୁତାବକ ଉନ୍ନୀତ କରାଯାଇଥିବା ୩୬ ନମ୍ବର ରାଫେଲ୍‌ ଲଢୁଆ ବିମାନ

Advertisment
୨୦୨୨ ଜାନୁଆରିରେ ପହଞ୍ଚିବ ଭାରତର ବରାଦ ମୁତାବକ ଉନ୍ନୀତ କରାଯାଇଥିବା ୩୬ ନମ୍ବର ରାଫେଲ୍‌ ଲଢୁଆ ବିମାନ

ନୂଆଦିଲ୍ଲୀ: ଭାରତର ବରାଦ ମୁତାବକ ଉନ୍ନୀତ କରାଯାଇଥିବା ୩୬ ନମ୍ବର ରା‌ଫେଲ୍‌ ଲଢୁଆ ବିମାନଟି ଆଗାମୀ ୨୦୨୨ ଜାନୁଆରିରେ ପହଞ୍ଚିବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଏଥିରେ ୧୩ଟି ପରିବର୍ଦ୍ଧନ ବା ଉନ୍ନତି ନିମନ୍ତେ ଭାରତ ବରାଦ ଦେଇଥିଲା।

publive-image Image Courtesy of India Today

ଉଲ୍ଲେଖଯୋଗ୍ୟ, ସମୁଦାୟ ୩୬ଟି ରାଫେଲ୍‌ ଲଢୁଆ ବିମାନ ଖରିଦ କରିବା ଲାଗି ଭାରତ ଫ୍ରାନ୍‌ସ୍‌ ସହ ରାଜିନାମା କରିଥିଲା। ସେଥିରୁ ଏ ପର୍ଯ୍ୟନ୍ତ ଫ୍ରାନ୍‌ସ୍‌ ପଠାଇ ସାରିଥିବା ୨୬ଟି ୪.୫ ଜେନେରେସନ୍‌ ରାଫେଲ୍‌ ଲଢୁଆ ବିମାନ ସମ୍ପ୍ରତି ପଶ୍ଚିମ ସେକ୍ଟରର ଅମ୍ବାଲା ଏବଂ ପୂର୍ବ ସେକ୍ଟର୍‌ର ହାସିମାରାରେ କାର୍ଯ୍ୟ କରୁଛି। ଏହା ବ୍ୟତିରେକେ, ଭାରତର ନିବିଡ଼ ବନ୍ଧୁ ‘ୟୁଏଇ’ର ‘ମିଡ୍‌-ଏୟାର୍‌ ରିଫୁଏଲର୍‌’ ସହଯୋଗରେ ଅକ୍ଟୋବର ୧୩ ତାରିଖରେ ‘ଡାସୋ’ କମ୍ପାନି ନିର୍ମିତ ଆହୁରି ୩ଟି ରାଫେଲ୍‌ଲଢୁଆ ବିମାନ ଜାମନଗର ଘାଟିରେ ଅବତରଣ କରିବ।

publive-image Image Courtesy of The Hindu

ନଭେମ୍ବର ମାସରେ ଆଉ ୩ଟି ଏବଂ ଡିସେମ୍ବର ମାସରେ ମଧ୍ୟ ପୁଣି ୩ଟି ରାଫେଲ୍‌ ଲଢୁଆ ବିମାନ ଆସି ଭାରତୀୟ ବାୟୁସେନାରେ ଯୋଗ ଦେବେ। ସେହି ହିସାବରେ ଆଗାମୀ ତିନି ମାସ ଧରି ଫ୍ରାନ୍‌ସ୍ ଭାରତକୁ ପ୍ରତିମାସରେ ୩ଟି ଲେଖାଏଁ ରାଫେଲ୍‌ ଲଢୁଆ ବିମାନ ଯୋଗାଇ ଦେବ।

କିନ୍ତୁ, ୩୬ଶ ରାଫେଲ୍‌ଲଢୁଆ ବିମାନଟି ଭାରତ ନିର୍ଦ୍ଧାରଣ କରିଥିବା ଆବଶ୍ୟକ ସରଞ୍ଜାମ ସହ ନିର୍ମାଣ କରାଯାଉଛି। ଯୁଦ୍ଧ କ୍ଷେତ୍ରରେ ଏହା ଅଧିକ ମାରାତ୍ମକ ହେବ। ୩୬ଶ ରାଫେଲ୍‌ଲଢୁଆ ବିମାନ ଉନ୍ନୀତ କରିବା ପାଇଁ ଭାରତ ପ୍ରସ୍ତାବିତ କେତେକାଂଶ ଜ୍ଞାନକୌଶଳ ସୃଷ୍ଟି ଇସ୍ରାଏଲ୍‌ର ବୋଲି ଜଣାପଡ଼ିଛି। କିନ୍ତୁ, ଭାରତ ଏ ସବୁକୁ ଗୋପନ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe