୩୭ ଦିନରେ ୧୧ ଯବାନ ସହିଦ :୨୦୧୮ରେ ଅଧିକ ଅଶାନ୍ତ ରହିବ ଏଲ୍‌ଓସି

Advertisment
୩୭ ଦିନରେ ୧୧ ଯବାନ ସହିଦ :୨୦୧୮ରେ ଅଧିକ ଅଶାନ୍ତ ରହିବ ଏଲ୍‌ଓସି

ଶ୍ରୀନଗର : ଚଳିତ ବର୍ଷ ପ୍ରାରମ୍ଭରୁ ଜମ୍ମୁ କଶ୍ମୀରର ନିୟନ୍ତ୍ରଣ ରେଖା ଅଂଚଳରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଛି । ପାକିସ୍ତାନର ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଦ୍ୱାରା ଏଲ୍‌୍‌ଓସିରେ ଭାରତ ମାତ୍ର ୩୭ ଦିନ ମଧ୍ୟରେ ୧୧ ଜଣ ଯବାନଙ୍କୁ ହରାଇଛି। ଏହାସହିତ ୯ ଜଣ ସ୍ଥାନୀୟ ଲୋକଙ୍କ ମୃତ୍ୟୁ ଘଟଥିବା ବେଳେ ଗୋଳାବର୍ଷା ଯୋଗୁଁ ୨୨ଟି ଗ୍ରାମରେ ବାସିନ୍ଦା ଘରଦ୍ୱାର ଛାଡ଼ି ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଛନ୍ତି । ୨୦୧୮ ମସିହା ଜାନୁଆରି ମାସରେ ନିୟନ୍ତ୍ରଣ ରେଖା ନିକଟରେ ୬ ଯବାନ ସହିଦ ହୋଇଥିବାବେଳେ ଫେବ୍ରୁଆରି ମାସରେ ଏଯାବତ୍‌ ୪ ଜଣ ଯବାନ ସହିଦ ହୋଇଛନ୍ତି। ଚଳିତବର୍ଷ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ ଦ୍ୱାରା ୧୧ ଯବାନ ସହିଦ ହେବା ସହ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ଘଟଣାରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଚଳିତବର୍ଷ ଏଲ୍‌ଓସି ଅଧିକ ଅଶାନ୍ତ ରହିବ ଏବଂ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ।
ଗତ ରବିବାର ଦିନ ରାଜୌରି ସେକ୍ଟରରେ ପାକ୍‌ ସେନା ଭାରତର ୩ଟି ଆଗୁଆ ପୋଷ୍ଟ୍‍ ଉପରେ ଅତର୍କିତ ମୋର୍ଟାର ମାଡ଼ କରିଥିଲେ ଏବଂ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳିବର୍ଷା କରିଥିଲେ। ଏଥିରେ ୪ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ ରାଜୌରି ସେକ୍ଟରରେ ଉଭୟ ପଟୁ ଭାରୀ ଯୁଦ୍ଧାସ୍ତ୍ରରେ ଗୁଳିଗୋଳା ବିନିମୟ ଚାଳିଛି । ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରୁ ୫ କିମି ମଧ୍ୟରେ ସମସ୍ତ ସ୍କୁଲ୍‌ ଗୁଡ଼ିକୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।
୨୦୧୭ ମସିହାରେ ଏଲଓସିରେ ପାକ୍‌ ଗୁଳିକାଣ୍ଡରେ ଭାରତ ୨୯ ଯବାନଙ୍କୁ ହରାଇଥିଲା। ୨୦୧୬ ମସିହାରେ ଏହି ସଂଖ୍ୟା ଥିଲା ୧୩। ୨୦୧୭ ମସିହାର ପ୍ରଥମାର୍ଦ୍ଧରେ ନିୟନ୍ତ୍ରଣ ରେଖା ନିକଟରେ ୭ ଭାରତୀୟ ଯବାନ ସହିଦ ହୋଇଥିଲେ ଏବଂ ବର୍ଷର ଶେଷ ୬ ମାସରେ ୨୨ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ତେବେ ଜୁଲାଇ ମାସରେ ସବୁଠୁ ଅଧିକ ଯବାନ ସହିଦ ହୋଇଥିଲେ। ସେହି ମାସରେ ସମୁଦାୟ ୮ ଜଣ ଯବାନ୍‌ ସହିଦ ହୋଇଥିବା ଜଣାପଡ଼ିଛି। ୨୦୧୭ ମସିହାରେ ପାକିସ୍ତାନ ଦ୍ୱାରା ସମୁଦାୟ ୮୬୦ଟି ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe