Newsroom Post
ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍ୟୁ)ରେ ଘଟିଥିବା ହିଂସା ଘଟଣାରେ ସାମିଲ ଥିବା ୩୭ ଜଣ ଅଭିଯୁକ୍ତଙ୍କୁ ଏକ ହ୍ଵାଟସ୍ଆପ୍ ଗ୍ରୁପ୍ ଲିଙ୍କ୍ରୁ ଚିହ୍ନଟ କରାଯାଇଥିବା ଦିଲ୍ଲୀ ପୁଲିସ୍ ଦାବୀ କରିଛି। ଗତ, ଜାନୁଆରି ୫ ତାରଖ ରାତିରେ ଯେଉଁଦିନ ଜେଏନ୍ୟୁ ପରିସରରେ ହିଂସାକାଣ୍ଡ ଘଟିଲା, ସେହିଦିନ ବାମପନ୍ଥୀ ଦଳ ବିରୋଧରେ ଏହି ହ୍ଵାଟସ୍ଆପ୍ ଗ୍ରୁପ୍କୁ ସୃଷ୍ଟି କରା ଯାଇଥିଲା।
‘ୟୁନିଟି ଏଗେନଷ୍ଟ ଲେଫ୍ଟ’ ନାମରେ ସୃଷ୍ଟି କରାଯାଇଥିବା ଏହି ହ୍ଵାଟସ୍ଆପ୍ ଗ୍ରୁପ୍ରେ ସର୍ବମୋଟ ୬୦ ଜଣ ସଦସ୍ୟ ରହିଥିଲେ। ତେବେ, ଏମାନଙ୍କ ମଧ୍ୟରୁ ୩୭ ଜଣ ସଦସ୍ୟ ଜେଏନ୍ୟୁ ପରିସରରେ ସଂଘଟିତ ହିଂସାକାଣ୍ଡରେ ସଂପୃକ୍ତ ରହିଥିବା ଏହି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଜାଣିବାକୁ ପାଇବା ସହ ଏମାନଙ୍କୁ ଚିହ୍ନଟ ମଧ୍ୟ କରିଛି ବୋଲି ଆଜି ଅପରାହ୍ଣରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
News Nationଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ୍ କର୍ତ୍ତୃପକ୍ଷ ଜେଏନ୍ୟୁ ହିଂସାରେ ସଂପୃକ୍ତ ଥିବା ୯ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ଫଟୋଚିତ୍ର ଜାରି କରିଥିଲା। ଏହି ୯ ଜଣଙ୍କ ମଧ୍ୟରେ ଜେଏନ୍ୟୁ ଛାତ୍ରସଂସଦ ସଭାପତି ଐଶୀ ଘୋଷଙ୍କର ଫଟୋ ମଧ୍ୟ ରହିଥିଲା।
Follow Us