ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ତଳେ ଶୋଇଲେ ୩୭ ମହିଳା

Advertisment
ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପରେ ତଳେ ଶୋଇଲେ ୩୭ ମହିଳା

Republic World

ବିଦିଶା: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳଠାରୁ ପ୍ରାୟ ୫୦ କିଲୋମିଟର ଦୂର ବିଦିଶା ଜିଲ୍ଲାରେ ଏକ ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଶିବିର‌ର ଅବ୍ୟବସ୍ଥା ପଦାକୁ ଆସିଛି। ଅସ୍ତ୍ରୋପଚାର ପରେ ମହିଳାମାନଙ୍କୁ ଶଯ୍ୟା ଯୋଗାଇ ଦିଆ ନଯାଇ ସେମାନଙ୍କୁ ଚଟାଣରେ ଶୁଆଇ ଦିଆଯାଇଛି। ଲାଟେରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ଏଭଳି କାର୍ଯ୍ୟ କରିଛନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆବଶ୍ୟକ ଶଯ୍ୟା ଡାକ୍ତରଖାନାକୁ ପଠା ଯାଇଥିଲା । ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର କେ ଏସ ଅହିରୱାର କହିଛନ୍ତି। ଏହି ଘଟଣା ପରେ ବ୍ଲକ୍‌ ମେଡିକାଲ ଅଫିସର ଡାକ୍ତର ନରେଶ ବାଘେଲଙ୍କୁ ତାଙ୍କ ପଦବିରୁ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ, ବିଦିଶା ଜିଲ୍ଲାର ଅନ୍ୟ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କିଛିଦିନ ପୂର୍ବେ ସମାନ ଧରଣର ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe