ଦେଶରେ ୩୮୭୯୨ ନୂଆ ଆକ୍ରାନ୍ତ, ୬୨୪ ମୃତ

Advertisment
ଦେଶରେ ୩୮୭୯୨ ନୂଆ ଆକ୍ରାନ୍ତ, ୬୨୪ ମୃତ

tvo.org

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୩୮୭୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶର କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ୬୨୪କୁ ହ୍ରାସ ପାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ( ବୁଧବାର ଦିନ ୮ଟା ସୁଦ୍ଧା) ଦେଶରେ ୩୮,୭୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୨୪ ଜଣ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ୨୪ ଘଣ୍ଟାରେ ଦେଶରେ ପ୍ରାୟ ୪୧ ହଜାର ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।
ଏହାକୁ ମିଶାଇ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୦୯,୪୬,୦୭୪କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁସଂଖ୍ୟା ୪,୧୧,୪୦୮ ଓ ମୋଟ ଆରୋଗ୍ୟ ସଂଖ୍ୟା ୩,୦୧,୦୪,୭୨୦ ରେ ପହଞ୍ଚିଛି । ତେବେ ଏବେ ବି ଦେଶରେ ୪,୨୯,୯୪୬ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୭ ଲକ୍ଷ ୧୪ ହଜାର ଲୋକଙ୍କୁ ଟିକା ଦିଆଯାଇଛି । ଏହାକୁ ମିଶାଇ ଦେଶରେ ଏବେ ୩୮,୭୬,୯୭,୯୩୫ ଜଣଙ୍କୁ ଟିକା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe