ମୋବାଇଲ ଗେମ ପାଇଁ ଉଡାଇଦେଲେ ୩୯ ଲକ୍ଷ ଟଙ୍କା, ବାପାଙ୍କ ଆକାଉଣ୍ଟ ଖାଲି କରିଦେଲା ପୁଅ

Advertisment
ମୋବାଇଲ ଗେମ ପାଇଁ ଉଡାଇଦେଲେ ୩୯ ଲକ୍ଷ ଟଙ୍କା, ବାପାଙ୍କ ଆକାଉଣ୍ଟ ଖାଲି କରିଦେଲା ପୁଅ

Image Courtesy of India Today

ଆଗ୍ରା: ମୋବାଇଲ ଗେମ ଖେଳିବା ନିଶାରେ ବାପାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ଟଙ୍କା ଉଡାଇଦେଲା ପୁଅ | ଚାକିରିରୁ ଅବସର ପରେ ମିଳିଥିବା ଟଙ୍କାକୁ ନେଇ ଭବିଷ୍ୟତ ଦେଖିଥିବା ବାପାଙ୍କ ସ୍ୱପ୍ନକୁ ମୋବାଇଲ ଗେମ ପାଇଁ ଚୁରମାର କରିଦେଇଛି ପୁଅ | ରିପୋର୍ଟ ଅନୁଯାୟୀ, ଏହି ମାମଲା ଉତ୍ତରପ୍ରଦେଶର ଆଗ୍ରାରୁ ଆସିଛି | ଯେଉଁଠାରେ ଜଣେ ପୁଅ ତାଙ୍କ ପିତାଙ୍କ ଫୋନରେ ଗେମ ଖେଳୁଥିଲେ। ତେବେ ବ୍ୟାଙ୍କ ଆକାଉଣ୍ଟରୁ ଏତେ ପରିମାଣର ଅର୍ଥ କଟିଯିବା ପରେ ବାପା ରାଗିଯାଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଯେତେବେଳେ ଆଗ୍ରା ପୁଲିସ୍ ଅନୁସନ୍ଧାନ କଲା, ମୋବାଇଲ ଗେମ ବିଜିଏମଆଇର ଡେଭଲପର୍ କମ୍ପାନି କ୍ରୋଫଟନର ନାମ ସାମ୍ନାକୁ ଆସିଛି | ଗେମ ଖେଳି ଟଙ୍କା ଉଡ଼ାଇଥିବା ଛାତ୍ରଙ୍କ ପିତା ଜଣେ ଅବସରପ୍ରାପ୍ତ ସୈନିକ ବୋଲି ଜଣାପଡିଛି ।

ପୁଲିସ ନିକଟରେ ହୋଇଥିବା ଅଭିଯୋଗରେ ସେ କହିଥିଲେ ଯେ ତାଙ୍କ ଆକାଉଣ୍ଟରୁ ୩୯ ଲକ୍ଷ ଟଙ୍କା ଠକେଇ ହୋଇଛି। ବ୍ୟାଙ୍କ ଆକାଉଣ୍ଟରୁ ଏତେ ପରିମାଣର ଟଙ୍କା କିପରି ଗାୟବ ହେଲା ତାହା ସେ ଜାଣନ୍ତି ନାହିଁ | ଯେତେବେଳେ ବ୍ୟାଙ୍କକୁ ଏ ବିଷୟରେ ପଚରାଗଲା, ଜଣାପଡିଲା ଯେ ପେଟିଏମ୍ ମାଧ୍ୟମରେ ପ୍ରଥମ ରାଶି ଟ୍ରାନ୍ସଫର ହୋଇଛି, ଯାହା ସିଙ୍ଗାପୁରର ଏକ ଆକାଉଣ୍ଟରେ ପହଞ୍ଚିଛି | ଏହି ଆକାଉଣ୍ଟଟି କ୍ରୋଫଟନ କମ୍ପାନିର ବୋଲି ଜଣାପଡିଛି | ଏହା ପରେ ବାରମ୍ବାର ଏହି କମ୍ପାନିକୁ ଟଙ୍କା ପଠାଯାଇଥିଲା |

ପୁଲିସ ତଦନ୍ତରୁ ଜଣାପଡିଛି ଏହି ବ୍ୟକ୍ତିଙ୍କ ପୁଅ ଗେମ ଖେଳିବା ସହ ମୋବାଇଲ୍ ଗେମ୍ସରେ ଉନ୍ନତ ଅସ୍ତ୍ରଶସ୍ତ୍ର, ପୋଷାକ କିଣିବା ପାଇଁ ଟଙ୍କା ପଠାଇଦେଇଛନ୍ତି | ଅବସରପ୍ରାପ୍ତ ସୈନିକଙ୍କ ଅଭିଯୋଗ ପରେ କ୍ରୋଫଟନ୍ କମ୍ପାନି ବିରୋଧରେ ଠକେଇ ଏବଂ ଆଇଟି ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe