ପତ୍ନୀଙ୍କ ସହ ବିବାଦର କରୁଣ ପରିଣତି; ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଡାକ୍ତର

ପତ୍ନୀଙ୍କ ସହ ବିବାଦର କରୁଣ ପରିଣତି; ଆପାର୍ଟମେଣ୍ଟର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ଡାକ୍ତର

TOI

ଗୁରୁଗ୍ରାମ: ଗୁରୁଗ୍ରାମର ସେକ୍ଟର-୪୭ରେ ଅବସ୍ଥିତ ଇଭୋ ଆପାର୍ଟମେଣ୍ଟର ଅଷ୍ଟମ ମହଲା ଫ୍ଲାଟରୁ ତଳକୁ ଡେଇଁ ଜଣେ ୩୯ ବର୍ଷୀୟ ଡାକ୍ତର ଗତ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଥିବା ଜାଣିବାକୁ ମିଳିଛି। ମୃତ ବ୍ୟକ୍ତି ଜଣକ ଡାକ୍ତର ସୁରଜିତ କୁମାର ଶାହା ବୋଲି ଚିହ୍ନଟ କରାଯାଇଛି। ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଲିଭର ଟ୍ରାନ୍‌ସପ୍ଲାଣ୍ଟ ସର୍ଜନ ଥିଲେ।
ପୁଲିସର ସୂଚନାନୁସାରେ, ଡାକ୍ତର ଶାହା ତାଙ୍କ ଗୁରୁଗ୍ରାମ ଫ୍ଲାଟରେ ଏକୁଟିଆ ରହୁଥିବାବେଳେ ତାଙ୍କ ପତ୍ନୀ ଲକ୍ଷ୍ମୀ ଏବଂ ୬ ବର୍ଷର ଝିଅ କୋଲକାତାରେ ରୁହନ୍ତି। ପୁଲିସ୍‌ ଡାକ୍ତର ଶାହାଙ୍କ ମୃତଦେହକୁ ଜବତ କରିବା ସହ ତାଙ୍କ ଫ୍ଲାଟରୁ ଏକ ସୁଇସାଇଡ୍‌ ନୋଟକୁ ମଧ୍ୟ ଜବତ କରିଛି। ତେବେ, ସୁଇସାଇଡ୍‌ ନୋଟ୍‌ରେ ନିଜର ଆତ୍ମହତ୍ୟା ପାଇଁ ଡାକ୍ତର ଶାହା କାହାରିକି ଦାୟୀ କରି ନାହାନ୍ତି। ତେବେ, ପତ୍ନୀଙ୍କ ସହ ବିବାଦକୁ କେନ୍ଦ୍ର କରି ମାନସିକ ଚାପ ଓ ବିଶାଦରେ ଥିବା ଡାକ୍ତର ଶାହା ଆତ୍ମହତ୍ୟା ପରି ଚରମ ପଦକ୍ଷେପ ଗ୍ରହଣ କରିଥିବା ପୁଲିସ୍‌ ସନ୍ଦେହ କରୁଛି।

publive-image
ଏହି ଆତ୍ମହତ୍ୟା ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀ କହିଛନ୍ତି ଯେ ଏହି ଦମ୍ପତି ସ୍ଥାନୀୟ କୋର୍ଟରେ ପାରସ୍ପରିକ ଛାଡ଼ପତ୍ର ଆବେଦନ କରିଥିବା ବେଳେ ମଙ୍ଗଳବାର ଦିନ ସେମାନଙ୍କୁ ପ୍ରଥମ କୋର୍ଟର ଶୁଣାଣିରେ ହାଜର ଥିଲା। ଆତ୍ମହତ୍ୟା ପୂର୍ବରୁ ଡାକ୍ତର ଶାହା ଏବଂ ତାଙ୍କ ପତ୍ନୀ ଫୋନରେ କଥାବାର୍ତ୍ତା ହୋଇଥିଲେ। ସେହି ବାର୍ତ୍ତାଳାପ ସମୟରେ ଡାକ୍ତର ଶାହା ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ଝରକା ପାଖରୁ ତଳକୁ ଡେଇଁ ପଡ଼ିବେ। ଏହା ଶୁଣିବା ପରେ ତାଙ୍କ ପତ୍ନୀ ତୁରନ୍ତ ଗୁରୁଗ୍ରାମ ପୁଲିସକୁ ଫୋନ୍‌ ମାଧ୍ୟମରେ ଜଣାଇଥିଲେ। ମୃତକଙ୍କ ପରିବାର ପକ୍ଷରୁ ଏ ଘଟଣା ସଂପର୍କରେ କୌଣସି ଅଭିଯୋଗ ମିଳିବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe