୧୯୦ ଦୂତାବାସ କର୍ମଚାରୀଙ୍କ ସମେତ ୩୯୫ ଭାରତୀୟ ଫେରିଲେ

Advertisment
୧୯୦ ଦୂତାବାସ କର୍ମଚାରୀଙ୍କ ସମେତ ୩୯୫ ଭାରତୀୟ ଫେରିଲେ

ନୂଆଦିଲ୍ଲୀ: ହିଂସା ପ୍ରବଣ ରାଷ୍ଟ୍ର ବାଂଲାଦେଶରୁ ଏବେ ଭାରତ ଏହାର ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଆଜି ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ବିମାନ ଯୋଗେ ଢାକା ସ୍ଥିତ ଭାରତୀୟ ହାଇକମିସନ୍‌ର ୧୯୦ ଦୂତାବାସ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ୍‌ ୩୯୫ ନାଗରିକଙ୍କୁ ବାଂଲାଦେଶରୁ ଭାରତ ଅଣାଯାଇଛି। ତେବେ ବାଂଲାଦେଶରେ ସମସ୍ତ ବରିଷ୍ଠ କୂଟନୀତିଜ୍ଞ ପୂର୍ବବତ୍‌ ଅବସ୍ଥାପିତ ଅଛନ୍ତି। ପାଖାପାଖି ୨୦-୩୦ ଜଣ ବରିଷ୍ଠ କୂଟନୀତିଜ୍ଞ ଏବେ ଢାକା ହାଇକମିସନ୍‌ରେ ଅଛନ୍ତି। ଅନ୍ୟପକ୍ଷେ ଏୟାର ଇଣ୍ଡିଆର ଅନ୍ୟ ଏକ ସ୍ବତନ୍ତ୍ର ବିମାନ‌ରେ ୨୦୫ ନାଗରିକଙ୍କୁ ଭାରତ ଅଣାଯାଇଛି। ଏଥିରେ ୬ ଜଣ ଶିଶୁ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବାଂଲାଦେଶରେ ଏବେ ପାଖାପାଖି ୧୯ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe