ମାରୁତି ସୁଜୁକି କାରଖାନାରେ ପଶିଲା କଲରାପତ୍ରିଆ ବାଘ

Advertisment
ମାରୁତି ସୁଜୁକି କାରଖାନାରେ ପଶିଲା କଲରାପତ୍ରିଆ ବାଘ

Photo Courtesy of Amar Ujala

ଗୁରୁଗ୍ରାମ: ଗୁରୁଗ୍ରାମ ଅନ୍ତର୍ଗତ ମାଣେସରସ୍ଥିତ ମାରୁତି ସୁଜୁକି କାରଖାନାରେ ଗୁରୁବାର ଦିନ ଏକ କଲରାପତ୍ରିଆ ବାଘ ପଶିଥିଲା। ଭୋର୍‌ ପ୍ରାୟ ୪ଟା ସମୟରେ ଏହି ବୃହତ୍‌ ବିରାଡ଼ିଟି କାରଖାନାରେ ଦେଖାଯାଇଥିଲା ବୋଲି ଜଣାପଡ଼ିଛି।
କଲରାପତ୍ରିଆ ବାଘ ପଶିଥିବାବେଳେ କାରଖାନା ପରିସରରେ କୌଣସି କର୍ମଚାରୀ ନ ଥିଲେ ମଧ୍ୟ କାରଖାନାର ସୁରକ୍ଷାକର୍ମୀ ଏବଂ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

ଜନ୍ତୁଟିକୁ ଉଦ୍ଧାର କରିବାକୁ ପୁଲିସ ଏବଂ ବନ ବିଭାଗର କର୍ମଚାରୀମାନେ ଧାଇଁ ଆସିଥିଲେ। ଏବେ ଏବେ କଲରାପତ୍ରିଆ ବାଘଟି କାରଖାନାର ଇଞ୍ଜିନ୍‌ କୋଠରି ପାଖରେ ଦେଖା ଦେଇଥିଲା। କଲରାପତ୍ରିଆଟିକୁ ଠାବ କରିବାକୁ ଅଧିକାରୀମାନେ ସିସିଟିଭି କ୍ୟାମେରାର ସହାୟତା ନେଉଛନ୍ତି।

କାରଖାନାର ସକାଳ ସିଫ୍‌ଟି କାର୍ଯ୍ୟ ବାତିଲ କରାଯିବା ସହ କର୍ମଚାରୀମାନଙ୍କୁ ହତା ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ସିଫ୍‌ଟ୍‌ ଆରମ୍ଭ ହେବାକୁ ଅପେକ୍ଷା କରି ପରିସର ବାହାରେ ପ୍ରାୟ ୨୦୦୦ କର୍ମଚାରୀ ଏକତ୍ର ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe