କାନପୁର ଟେଷ୍ଟ : ପଡ଼ିଆ ଓଦା ଥିବା ଯୋଗୁଁ ୩ୟ ଦିନର ଖେଳ ବାତିଲ୍

Advertisment

ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ପରି ତୃତୀୟ ଦିନର ଖେଳ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଛି। ତେବେ ରବିବାର କାନପୁରରେ ବିଶେଷ ବର୍ଷା ହୋଇନଥିଲା । କିନ୍ତୁ ଆଉଟଫିଲଡ୍ ଓ ବୋଲର ରନଅପ ନିକଟରେ ପାଣିଜମିବା ଯୋଗୁଁ ଖେଳ ହେବା ସମ୍ଭବ ନଥିଲା ।

Updated On

ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ପରି ତୃତୀୟ ଦିନର ଖେଳ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଛି। ତେବେ ରବିବାର କାନପୁରରେ ବିଶେଷ ବର୍ଷା ହୋଇନଥିଲା । କିନ୍ତୁ ଆଉଟଫିଲଡ୍ ଓ ବୋଲର ରନଅପ ନିକଟରେ ପାଣିଜମିବା ଯୋଗୁଁ ଖେଳ ହେବା ସମ୍ଭବ ନଥିଲା ।

ଅଦ୍ୟତନ ହୋଇଛି
kanpur rain

କାନପୁର: ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନ ପରି ତୃତୀୟ ଦିନର ଖେଳ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଛି। ତେବେ ରବିବାର କାନପୁରରେ ବିଶେଷ ବର୍ଷା ହୋଇନଥିଲା  ଓ ପଡ଼ିଆରୁ ପାଲ ହଟିଯାଇଥିଲା । କିନ୍ତୁ ଆଉଟଫିଲଡ୍ ଓ ବୋଲର ରନଅପ ନିକଟରେ ପାଣିଜମିବା ଯୋଗୁଁ ଖେଳ ହେବା ସମ୍ଭବ ନଥିଲା । ଏଭଳି ପରିସ୍ଥିତିରେ ଅମ୍ପାୟାରମାନେ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ କଥା ହେବା ପରେ ୩ୟ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପୂର୍ବରୁ ୨ୟ ଦିନ ଅର୍ଥାତ ଶନିବାରର ଖେଳ ବି ସଂପୂର୍ଣ୍ଣ ବାତିଲ ହୋଇଥିଲା ।

ରବିବାର କାନପୁରରେ ବିଶେଷ ବର୍ଷା ହୋଇନଥିଲା  ଓ ପଡ଼ିଆରୁ ପାଲ ହଟିଯାଇଥିଲା । କିନ୍ତୁ ଆଉଟଫିଲଡ୍ ଓ ବୋଲର ରନଅପ ନିକଟରେ ପାଣିଜମିବା ଯୋଗୁଁ ଖେଳ ହେବା ସମ୍ଭବ ନଥିଲା । ଏଭଳି ପରିସ୍ଥିତିରେ ଅମ୍ପାୟାରମାନେ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ କଥା ହେବା ପରେ ୩ୟ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ।

ସେପ୍ଟେମ୍ବର ୨୭ ତାରିଖ ଶୁକ୍ରବାର ମ୍ୟାଚର ପ୍ରଥମ ଦିନ ମଧ୍ୟ ବର୍ଷା ଯୋଗୁଁ ଶୀଘ୍ର ଶେଷ ହୋଇଯାଇଥିଲା। ମାତ୍ର ୩୫ ଓଭର ଖେଳାଯାଇପାରିଥିଲା। ସାଧାରଣତଃ ଗୋଟିଏ ଦିନରେ ୯୦ ଓଭର ବୋଲିଂ କରାଯାଏ। ଏପର୍ଯ୍ୟନ୍ତ ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ୍ କରିଛି। ମୋମିନୁଲ ହକ୍ ୪୦ ଓ ମୁଶଫିକୁର ରହିମ ୬ ରନ୍ କରି ଅପରାଜିତ ଫେରିଥିଲେ।

୨ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ଶାଣ୍ଟୋ ୩୧ ରନ୍ କରିଥିଲେ। ତାଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ଏଲବିଡବ୍ଲୁ କରିଥିଲେ। ସେ ଶାଣ୍ଟୋ ଓ ମୋମିନୁଲଙ୍କ ଅର୍ଦ୍ଧଶତକ ଭାଗିଦାରୀ ଭାଙ୍ଗିଦେଇଥିଲେ। ଏହା ପୂର୍ବରୁ ଆକାଶ ଦୀପ ସାଦମାନ ଇସଲାମ (୨୪ ରନ୍) ଓ ଜାକିର ହାସନ (ଶୂନ୍ୟ)ଙ୍କୁ ଆଉଟ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe