ବିରୋଧୀଙ୍କ ମୌସୁମୀ ଅଧିବେଶନ ବହିଷ୍କାର ଡ଼ାକରା ମଧ୍ୟରେ ରାଜ୍ୟସଭାରେ ପାରିତ ହେଲା ତୃତୀୟ କୃଷି ବିଲ୍

ବିରୋଧୀଙ୍କ ମୌସୁମୀ ଅଧିବେଶନ ବହିଷ୍କାର ଡ଼ାକରା ମଧ୍ୟରେ ରାଜ୍ୟସଭାରେ ପାରିତ ହେଲା ତୃତୀୟ କୃଷି ବିଲ୍

ନୂୂଆଦିଲ୍ଲୀ: ସେପ୍ଟେମ୍ବର ୨୦ରେ ରାଜ୍ୟସଭାରେ ୨ଟି କୃଷି ବିଲ୍; କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦ ଏବଂ କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ଆଶ୍ୱାସନ ଅନୁବନ୍ଧନ ବିଧେୟକ ପାରିତ ହୋଇଥିଲା। ତୃତୀୟ କୃଷି ବିଲ୍ ଉପରେ ଆଲୋଚନା ଚାଲିଥିବା ବେଳେ ବିରୋଧୀମାନେ ଏହାକୁ ବିରୋଧ କରି ମୌସୁମୀ ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସକୁ ବହିଷ୍କାର ଡାକରା ଦେଇ  ଅଧିବେଶନ ଛାଡ଼ି ପଳାଇଥିଲେ । ଏହା ସହ କଂଗ୍ରେସ ସଦସ୍ୟମାନେ ମଧ୍ୟ ପ୍ରତିବାଦରେ ରାଜ୍ୟସଭା ବାହାରକୁ ଚାଲିଯାଇଥିଲେ। ତେବେ ଏ ମଧ୍ୟରେ ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ ପାରିତ ହୋଇଛି।

ତୃତୀୟ କୃଷି ବିଲ୍ ସହ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ (ସଂଶୋଧନ) ବିଲ୍, ୨୦୨୦ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି। ଅନ୍ୟ ପକ୍ଷରେ ନିଲମ୍ବିତ ହୋଇଥିବା ୮ ସାଂସଦମାନଙ୍କୁ ସମର୍ଥନ କରି ସେମାନଙ୍କ ପାଇଁ ଗୋଟିଏ ଦିନ ଉପବାସ କରିବେ ବୋଲି କହିଛନ୍ତି ଏନସିପି ନେତା ଶରଦ ପାୱାର।

Image twitter

ସୂଚନା ମୁତାବକ, ତିନିଟି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମୌସୁମୀ ଅଧିବେଶନକୁ ବଏକଟ କରୁଥିବା କହିଛନ୍ତି ବିରୋଧୀ। ପ୍ରଥମ ଦାବିରେ ୮ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି। ବିରୋଧୀ ଏହା ମଧ୍ୟ ଦାବି କରିଛନ୍ତି ଯେ ସରକାର ଏକ ବିଲ୍ ଆଣନ୍ତୁ ଯାହା ନିଶ୍ଚିତ କରିବ ଯେ ଘରୋଇ ବ୍ୟବସାୟୀମ‌ାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସପି) ଠାରୁ କମ୍ ଦରରେ ଖାଦ୍ୟ ଶସ୍ୟ କ୍ରୟ କରିବେ ନାହିଁ। ଏମଏସ ସ୍ବାମୀନାଥନ୍ କମିଟି ରିପୋର୍ଟର ସୁପାରିଶ ଉପରେ ଆଧାର କରି ଏମ୍ଏସପି ହେବା ଉଚିତ୍ ବୋଲି କହିଛନ୍ତି ବିରୋଧୀ | ଏହି ୩ଟି ଦାବି ପୂରଣ ନହେବା ଯାଏଁ ବିରୋଧୀ ଦଳମାନେ ମୌସୁମୀ ଅଧିବେଶନକୁ ବଏକଟ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe