ନୂ୍ଆଦିଲ୍ଲୀ: ରୁଷ୍ ଆକ୍ରମଣର ୬ ସପ୍ତାହ ମଧ୍ୟରେ ୟୁକ୍ରେନ୍ର ପ୍ରାୟ ଦୁଇ ତୃତୀୟାଂଶ ଶିଶୁ ସେମାନଙ୍କ ଘର ଛାଡ଼ି ସାରିଛନ୍ତି। ୧୫୨ ଶିଶୁଙ୍କ ମୃତ୍ୟୁ ହୋଇଛି ବୋଲି ଜାତିସଂଘ ତଥ୍ୟ କହୁଛି। ୟୁନିସେଫ୍ର ଏମର୍ଜେନ୍ସି ପ୍ରୋଗ୍ରାମ୍ ଡାଇରେକ୍ଟର ମାନୁଏଲ୍ ଫଣ୍ଟେନ୍ କହିଛନ୍ତି, ୟୁକ୍ରେନ୍ର ୭.୫ ନିୟୁତ ଶିଶୁଙ୍କ ମଧରୁ ୪.୮ ନିୟୁତ ଶିଶୁ ମାତ୍ର ୬ ସପ୍ତାହରେ ବିସ୍ଥାପିତ ହେବା ଅବିଶ୍ବସନୀୟ। ୩୧ ବର୍ଷର ସେବା କାର୍ଯ୍ୟ ମଧ୍ୟରେ ସେ ଏଭଳି ଘଟଣା କେବେ ଦେଖିନାହାନ୍ତି ବୋଲି କହିଛନ୍ତି। ଶିଶୁମାନଙ୍କୁ ସେମାନଙ୍କ ଘର, ସ୍କୁଲ୍ ଏବଂ ପରିବାର ସଦସ୍ୟଙ୍କୁ ଛାଡ଼ିବାପାଇଁ ବାଧ୍ୟ କରାଯାଇଛି। ୟୁକ୍ରେନ୍ର ଜାତିସଂଘ ପ୍ରତିନିଧି କହିଛନ୍ତି, ରୁଷ୍ ୟୁକ୍ରେନ୍ରୁ ୧୨୧,୦୦୦ ଶିଶୁଙ୍କୁ ନେଇ ଯାଇଛି। ଅଧିକାଂଶ ଶିଶୁଙ୍କୁ ମାରିୟୁପୋଲ୍ରୁ ପୂର୍ବ ଡୋନେସ୍କ ନିଆଯାଇଛି ଏବଂ ସେଠାରୁ ସେମାନଙ୍କୁ ରୁଷ୍ର ତାଗାନ୍ରଗ ସହରକୁ ନିଆଯାଇଛି।
୪.୮ ନିୟୁତ ୟୁକ୍ରେନ୍ ଶିଶୁ ବିସ୍ଥାପିତ ହୋଇଛନ୍ତି, ୧୫୨ ଜଣଙ୍କ ମୃତ୍ୟୁ
Advertisment
Follow Us