ଓଟାଓ୍ବା : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କୁ କାନାଡାର ଏକ ଅଦାଲତ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାର ଶୁଣାଣି ଫେବ୍ରୁଆରି ୧୧ରେ ହେବ।
୨୦୨୩ ଜୁନରେ କାନାଡାର ସରେରେ ହରଦୀପ ସିଂ ନିଜାରଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ମାମଲାରେ ୪ ଜଣ ଅଭିଯୁକ୍ତ କରଣ ବ୍ରାର, କମଲପ୍ରୀତ ସିଂହ, କରନପ୍ରୀତ ସିଂହ ଓ ଅମନଦୀପ ସିଂହଙ୍କୁ ଗିରଫ କରାଯାଇଥିଲା। ଏହି ୪ ଜଣଙ୍କ ବିରୋଧରେ ଫାଷ୍ଟ ଡିଗ୍ରୀ ହତ୍ୟା ଏବଂ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧ରେ ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟରେ ହେବ।
ଏହି ମାମଲା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ରୟାଲ କାନାଡିଆନ ମାଉଣ୍ଟେଡ ପୋଲିସ (ଆରସିଏମପି) ଏହି ହତ୍ୟା କାଣ୍ଡରେ ଭାରତ ସରକାରଙ୍କ ଜଣେ ଏଜେଣ୍ଟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ କାନାଡାର ଏହି ଅଭିଯୋଗକୁ ଭାରତ ସରକାର ଖଣ୍ଡନ କରିଥିଲେ । ଏହି ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ଯରେ ସଂପର୍କ ଖରାପ ହୋଇଥିଲା ।
Follow Us