Image Courtesy of NDTV
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହଟାଇବା କଥା ଛାପା ଯାଇଥିବା ହଜାର ହଜାର ପୋଷ୍ଟର୍ ଜାତୀୟ ରାଜଧାନୀ ଦିଲ୍ଲୀରେ ଲଗାଯାଇଥିବା ଘଟଣାରେ ଆଜି ଦିଲ୍ଲୀ ପୁଲିସ ୪୪ଟି ମାମଲା ରୁଜୁ କରି ୪ଜଣଙ୍କୁ ଗିରଫ କରିଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଗିରଫ ହୋଇଥିବା ୪ଜଣଙ୍କ ମଧ୍ୟରୁ ୨ଜଣଙ୍କର ଗୋଟାଏ ଛାପାଖାନା ଅଛି। ମଙ୍ଗଳବାର ଦିନ ବ୍ୟାପକ ଅଭିଯାନ ଆରମ୍ଭ କରି ପୁଲିସ ଦିଲ୍ଲୀର ଏକାଧିକ ସ୍ଥାନରୁ ପ୍ରାୟ ୨୦୦୦ ମୋଦୀ ବିରୋଧୀ ପୋଷ୍ଟର୍ ଚିରିଥିଲା। ଏହି ପୋଷ୍ଟର୍ଗୁଡ଼ିକରୁ ଅଧିକାଂଶରେ ଛାପା ଯାଇଥିଲା ‘ମୋଦୀ ହଟାଅ ଦେଶ ବଞ୍ଚାଅ’।
Image Courtesy of NDTVଏହାଛଡ଼ା, ‘ଆମ୍ ଆଦ୍ମୀ ପାର୍ଟି’ ଅଫିସ୍କୁ ଯାଉଥିଲା ବୋଲି କୁହାଯାଉଥିବା ଆଉ ୨୦୦୦ ପୋଷ୍ଟର୍ ମଧ୍ୟ ଦିଲ୍ଲୀ ପୁଲିସ ଜବତ କରିଛି। ‘ଆଇପି ଇଷ୍ଟେଟ୍’ ଅଞ୍ଚଳରେ ଗୋଟାଏ ଭ୍ୟାନ୍କୁ ଅଟକାଇବାରୁ ପୁଲିସ ସେ ୨୦୦୦ ପୋଷ୍ଟର୍ ପାଇଥିଲା। ଉକ୍ତ ପୋଷ୍ଟର୍ଗୁଡ଼ିକୁ ‘ଆପ୍’ ମୁଖ୍ୟାଳୟରେ ପହଞ୍ଚାଇ ଦେବାକୁ ତାଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ଭ୍ୟାନ୍ର ଡ୍ରାଇଭର୍ ପୁଲିସକୁ କହିଥିଲେ।
ଭ୍ୟାନ୍ ଡ୍ରାଇଭର୍ ଆହୁରି ମଧ୍ୟ କହିଥିଲେ ଯେ, ସୋମବାର ଦିନ ମଧ୍ୟ ସେ ଏ ପ୍ରକାରର ମାଲ୍ ନେଇ ସେଠାରେ ପହଞ୍ଚାଇ ଥିଲେ।
କିନ୍ତୁ, ଏ ସଂକ୍ରାନ୍ତରେ ‘ଆପ୍’ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହିଁ।
Follow Us