୪ ବ୍ୟାଙ୍କ ଅଂଶଧନ ବିକ୍ରି ପ୍ରକ୍ରିୟା ଆରମ୍ଭ

ଚାରିଟି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହାର ପରିଚାଳନା କରିବା ଲାଗି ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍‌ସକୁ ଦାୟିତ୍ବ ଦିଆଯାଇଛି।

reserve bank

Photograph: (Mint)

ନୂଆଦିଲ୍ଲୀ: ଚାରିଟି ସରକାରୀ ବ୍ୟାଙ୍କର ଅଂଶଧନ ବିକ୍ରି କରିବା ପ୍ରକ୍ରିୟାକୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଏହାର ପରିଚାଳନା କରିବା ଲାଗି ବିଶ୍ବସ୍ତରୀୟ ଆର୍ଥିକ ସଂସ୍ଥା ଗୋଲ୍ଡମ୍ୟାନ୍ ସଚ୍‌ସକୁ ଦାୟିତ୍ବ ଦିଆଯାଇଛି। ସରକାର ୟୁକୋ ବ୍ୟାଙ୍କ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କର ଅଂଶଧନ ବିକ୍ରି କରିବାକୁ ଯୋଜନା ରଖିଛନ୍ତି।

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଷ୍ଟକ୍ ବଜାରରେ ତାଲିକାଭୁକ୍ତ ସଂସ୍ଥାରେ ସର୍ବନିମ୍ନ ୨୫ ପ୍ରତିଶତ ସାର୍ବଜନୀନ ଅଂଶଧନ ରହିବା ଦରକାର। ସେହି ନିୟମ ପାଳନ କରିବା ଲାଗି ଚାରିଟି ବ୍ୟାଙ୍କର ଅଂଶଧନ ବିକ୍ରି କରାଯିବ। ଅଫର୍‌ ଫର୍‌ ସେଲ୍ ଓ ଯୋଗ୍ୟ ସଂସ୍ଥାଗତ ପ୍ଲେସ‌୍‌ମେଣ୍ଟ୍‌ (କ୍ୟୁଆଇପି) ଜରିଆରେ ଅଂଶଧନ ବିକ୍ରି କରିବା ଉପରେ ବିଚାର କରାଯାଉଛି। ବର୍ତ୍ତମାନ ଏହି ଚାରିଟି ବ୍ୟାଙ୍କରେ ସରକାରୀ ଅଂଶଧନ ପରିମାଣ ନିର୍ଧାରିତ ସୀମା ୭୫ ପ୍ରତିଶତଠାରୁ ଯଥେଷ୍ଟ ଅଧିକ ରହିଛି। ପଞ୍ଜାବ ଆଣ୍ଡ୍‌ ସିନ୍ଧ ବ୍ୟାଙ୍କରେ ସରକାରୀ ଅଂଶଧନ ୯୮.୨୫ ପ୍ରତିଶତ ଓ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ୯୬.୩୮ ପ୍ରତିଶତ ରହିଛି। ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସରକାରୀ ଅଂଶଧନ ପରିମାଣ ୯୩ ପ୍ରତିଶତ ଓ ୟୁକୋ ବ୍ୟାଙ୍କରେ ୯୫.୪ ପ୍ରତିଶତ ରହିଛି। 

ପୁଞ୍ଜି ପ୍ରତ୍ୟାହାର ଦାୟିତ୍ବରେ ଥିବା ଦିପମ୍‌ ବିଭାଗ ପକ୍ଷରୁ ଆର୍ଥିକ ସେବା ବିଭାଗ ସହଯୋଗରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଂଶଧନ ବିକ୍ରି ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ସେବିର ସର୍ବନିମ୍ନ ସାର୍ବଜନୀନ ଅଂଶଧନ ନିୟମକୁ ସରକାରୀ ସଂସ୍ଥାଗୁଡ଼ିକ ଲାଗି ୨୦୨୬ ଅଗଷ୍ଟରୁ ଲାଗୁ କରାଯିବ। ତେଣୁ ସରକାରଙ୍କୁ ସେହି ସମୟ ଭିତରେ ଏହି ବ୍ୟାଙ୍କଗୁଡ଼ିକର ଅଂଶଧନକୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe