ଜମ୍ମୁ ଓ କଶ୍ମୀର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ୪ ବିଏସ୍‌ଏଫ୍‌ ଯବାନ ସହିଦ; ୩ ଯବାନ ଆହତ

Advertisment
ଜମ୍ମୁ ଓ କଶ୍ମୀର: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ; ୪ ବିଏସ୍‌ଏଫ୍‌ ଯବାନ ସହିଦ; ୩ ଯବାନ ଆହତ

ନୂଆଦିଲ୍ଲୀ: ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ସମ୍ବା ଅନ୍ତର୍ଗତ ଚାମ୍‌ବ୍ଲିୟାଲ୍‌ ସେକ୍ଟର୍‌ ଠାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଜଣେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌, ଜଣେ ସବ୍‌-ଇନ୍‌ସ୍‌ପେକ୍ଟର୍‌ ଏବଂ ଦୁଇ ଜଣ ବିଏସ୍‌ଏଫ୍‌ ଯବାନ ସେମାନଙ୍କର ଜୀବନ ହରାଇଛନ୍ତି।

ତିନି ଜଣ ବିଏସ୍‌ଏଫ୍‌ ଯବାନ ଆହତ ହୋଇ ଜମ୍ମୁସ୍ଥିତ ସରକାରୀ ମେଡିକାଲ୍‌ କଲେଜରେ ଚିକିତ୍ସିତ ହେଉଛନ୍ତି।

ବିଏସ୍‌ଏଫ୍‌ ଆଇଜି ରାମ ଅବତାର କହନ୍ତି: ପାକିସ୍ତାନୀ ରେଞ୍ଜର୍‌ମାନେ ଗତ ରାତିରେ ରାମଗଡ଼ ସେକ୍ଟର୍‌ ଅନ୍ତର୍ଗତ ଆନ୍ତର୍ଜାତିକ ସୀମାନ୍ତରେ ଗୁଳି ଚଳାଇଥିଲେ। ଆମେ ୪ ଜଣ କର୍ମଚାରୀଙ୍କୁ ହରାଇଲୁ। ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌ ର‍୍ୟାଙ୍କ୍‌ର ଅଧିକାରୀ। ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।

ଜମ୍ମୁ ଓ କଶ୍ମୀରର ଡିଜିପି ଏସ୍‌ପି ବୈଦ ଘଟଣା ସଂକ୍ରାନ୍ତରେ ଦୁଃଖ ପ୍ରକାଶ ପୂର୍ବକ ଟୁଇଟ୍‌ କରିଛନ୍ତି।

ରାମଗଡ଼ ସେକ୍ଟର୍‌ ଚାମ୍‌ଲିୟାଲ୍‌ ପୋଷ୍ଟ୍‍ ଅଞ୍ଚଳରେ ସୀମା ଆରପାରିରୁ ମଙ୍ଗଳବାର ରାତି ପ୍ରାୟ ୧୦. ୩୦ ଠାରୁ ଭୋର୍‌ ୪ଟା ୩୦ ଯାଏଁ ଗୁଳିଗୋଳା ବିନିମୟ ଚାଲିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ବିଏସ୍‌ଏଫ୍‌ ଯବାନମାନେ ଗତ ରାତିରେ ସହିଦ ହୋଇଛନ୍ତି କି, ଆଜି ପ୍ରତ୍ୟୁଷରେ ତାହା ଜଣାପଡ଼ି ନାହିଁ।

ବିସଏସ୍‌ଏଫ୍‌ ଯବାନମାନେ ପାକିସ୍ତାନର ଏହି ଅସ୍ତ୍ରବିରତି ଉଲ୍ଲଂଘନର ଠିକଣା ଯବାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe