ଦୁର୍ନୀତି ଅଭିଯୋଗରେ ପୂର୍ବତନ କ୍ରିକେଟର୍‌ ତଥା କଂଗ୍ରେସ ନେତା ମହମ୍ମଦ୍‌ ଅଝାରୁଦ୍ଦିନ୍‌ଙ୍କ ନାଁରେ ୪ଟି ମାମଲା

Advertisment
ଦୁର୍ନୀତି ଅଭିଯୋଗରେ ପୂର୍ବତନ କ୍ରିକେଟର୍‌ ତଥା କଂଗ୍ରେସ ନେତା ମହମ୍ମଦ୍‌ ଅଝାରୁଦ୍ଦିନ୍‌ଙ୍କ ନାଁରେ ୪ଟି ମାମଲା

ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପୂର୍ବତନ କ୍ରିକେଟ୍‌ ଖେଳାଳି ତଥା କଂଗ୍ରେସ ନେତା ମହମ୍ମଦ୍‌ ଅଝାରୁଦ୍ଦିନଙ୍କ ନାଁରେ ୪ଟି ମାମଲା ରୁଜୁ କରାଯାଇଛି।

ନଭେମ୍ବର ୩୦ରେ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଅଝାରୁଦ୍ଦୀନ୍‌ ଜୁବିଲି ହିଲ୍ସ୍‌ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ‘ହାଇଦ୍ରାବାଦ କ୍ରିକେଟ୍‌ ଆସୋସିଏସନ୍‌’ରେ (ଏଚ୍‌ସିଏ) ଅଧ୍ୟକ୍ଷତା କରୁଥିବା ବେଳେ ଅର୍ଥ ହେରଫେର୍‌ କରିଛନ୍ତି ବୋଲି ତାଙ୍କ ଉପରେ ଦୋଷାରୋପ କରାଯାଇଛି।

ଅଝାର୍‌ଙ୍କ ସମେତ ପୁଲିସ ‘ଏଚ୍‌ସିଏ’ର ବିଭିନ୍ନ କର୍ମକର୍ତ୍ତା ଓ ପୂର୍ବତନ ସଦସ୍ୟଙ୍କ ନାମରେ ରଚାକୋଣ୍ଡା ପୁଲିସ ୪ଟି ମାମଲା ରୁଜୁ କରିଛି। ସମ୍ପ୍ରତି ଅଝାରୁଦ୍ଦୀନ୍‌ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ପ୍ରାର୍ଥୀପତ୍ର ଦାଖଲ କରିବାକୁ ପ୍ରସ୍ତୁତି କରୁଥିବାରୁ ଉପରୋକ୍ତ ମାମଲାରେ ଜାମିନ ପାଇବା ଲାଗି ମାଲ୍‌କାଜଗିରି ଅଦାଲତରେ ଆବେଦନ କରିଛନ୍ତି।

publive-image Image Courtesy of NewsTap

ଗତମାସରେ ଅଭିଯୋଗ ଫାଇଲ୍‌ କରାଯିବା ବେଳେ ଅଝାରୁଦ୍ଦିନ୍‌ କହିଥିଲେ, ମୋ ସୁଖ୍ୟାତି ନଷ୍ଟ କରିବା ଲାଗି ପ୍ରତିଦ୍ବନ୍ଦ୍ବୀମାନଙ୍କର ଚକ୍ରାନ୍ତ।

‘ଏକ୍ସ୍‌’ରେ ଅଝାରୁଦ୍ଦିନ୍‌ ଲେଖିଥିଲେ, ‘ଏଚ୍‌ସିଓ’ର ‘ସିଇଓ’ଙ୍କଦ୍ବାରା କରାଯାଇଥିବା ଅଭିଯୋଗ ଆଧାରରେ ମୋ ନାଁରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଥିବା କଥା ସମ୍ବାଦପତ୍ର ରିପୋର୍ଟରେ ଦେଖିଲି। ମୁଁ କହିବାକୁ ଚାହେଁ ଯେ, ଏସବୁ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ। ମୁଁ କୌଣସି ପ୍ରକାରରେ ଏ ସବୁ ଅଭିଯୋଗରେ ସମ୍ପୃକ୍ତ ନୁହେଁ। ଠିକଣା ସମୟରେ ମୁଁ ଏହି ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗର ଜବାବ ଦେବି। ମୋ ଖ୍ୟାତି ନଷ୍ଟ କରିବା ଲାଗି ଏହା ହେଉଛି ପ୍ରତିଦ୍ବନ୍ଦ୍ବୀମାନଙ୍କର ଚକ୍ରାନ୍ତ। ଆମେ ଅଟଳ ରହି ବାଧା ବିପକ୍ଷରେ ଲଢ଼େଇ କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe