ସୋସାଇଟିର ଏକ ଘରେ ଲାଗିଗଲା ନିଆଁ: ଶୋଇଥିବା ଅବସ୍ଥାରେ ଚାଲିଗଲା ୪ ଜୀବନ

ଶୁକ୍ରବାର ଦିନ ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ଏକ ଘରେ ନିଆଁ ଲାଗିଯିବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଶୋଇଥିବା ଅବସ୍ଥାରେ ସେଠାରେ ନିଆଁ ଲାଗି ଯାଇଥିଲା ଓ ଫଳରେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଅଦ୍ୟତନ ହୋଇଛି
fire

ଗୁରୁଗ୍ରାମ: ଶୁକ୍ରବାର ଦିନ ଗୁରୁଗ୍ରାମର ସରସ୍ୱତୀ ଏନକ୍ଲେଭରେ ଏକ ଘରେ ନିଆଁ ଲାଗିଯିବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ଶୋଇଥିବା ଅବସ୍ଥାରେ ସେଠାରେ ନିଆଁ ଲାଗି ଯାଇଥିଲା ଓ ଫଳରେ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ସୂଚନା ରହିଛି।

ଅଧିକାରୀମାନେ କହିଛନ୍ତି ଯେ ବିଳମ୍ବିତ ରାତିରେ ପୀଡିତମାନେ ଗୋଟିଏ କୋଠରୀରେ ଶୋଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।
ସମସ୍ତ ମୃତକ ହେଉଛନ୍ତି ବିହାରର ବାସିନ୍ଦା। ସେମାନେ ହେଲେ ମହମ୍ମଦ ମୁସ୍ତାକ୍‌ (୨୮), ନୁର ଆଲାମ (୨୭), ସାହିଲ (୨୨) ଏବଂ ଅମାନ (୧୭) ।

ସେମାନେ ସୋସାଇଟିର ଜେ ବ୍ଲକର ଏକ ଭଡା ଘରେ ରହୁଥିଲେ ବୋଲି ସୂଚନା ରହିଛି। ଜଣେ ମୃତକଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ମୁସ୍ତାକ ଏବଂ ଆଲାମ ଗୁରୁଗ୍ରାମର ଏକ ବସ୍ତ୍ର କାରଖାନାରେ ଟେଲର ଭାବରେ କାମ କରୁଥିଲେ। ସେହିପରି ବର୍ଷୀୟ ମୃତକ ଜଣେ ଦଶମ ଶ୍ରେଣୀର ଛାତ୍ର ଥଇବା ବେଳେ ସାହିଲ ନାମକ ଜଣେ ବନ୍ଧୁ ସେମାନଙ୍କୁ ଦେଖା କରିବାକୁ ଆସି ସେଦିନ ସେମାନଙ୍କ ପାଖରେ ରହିଥିଲେ।

ସେ କହିଛନ୍ତି, "ଯେତେବେଳେ ଆମେ ଘଟଣାସ୍ଥଳକୁ ଯାଇଥିଲୁ ସେଠାରେ ବହୁତ ଧୂଆଁ ବାହାରିଥିଲା। ଏତେ ଧୂଆଁ ବାହାରୁଥିଲା ଯେ ଘର ନିକଟକୁ ଯାଇ ହୋଇନଥିଲା। ପୁଲିସ୍‌ ତୁରନ୍ତ ଅଗ୍ନିଶମ ବାହିନୀ ଦଳକୁ ଡାକିଥିଲା। କିନ୍ତୁ ଅଗ୍ନିଶମ ବାହିନୀ ଆସିବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା ଓ ସେମାନଙ୍କର ଦେହାନ୍ତ ହୋଇ ସାରିଥିଲା। 

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, ତଥାପି ଏହା ସର୍ଟ ସର୍କିଟ ଯୋଗୁଁ ଏହା ଘଟିଥିବାର ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe