Image Source: Zee News
ଜୟପୁର: ୨୦୦୮ ଜୟପୁର ସିରିଏଲ୍ ବିସ୍ଫୋରଣ ମାମଲାରେ ସମ୍ପୃକ୍ତ ଚାରିଜଣଙ୍କୁ ବୁଧବାର ଦିନ ଏକ ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛି। ଏହି ବିସ୍ଫୋରଣରେ ୭୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଓ ୧୭୦ ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଥିଲେ। ଏହି ମାମଲାରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଅଦାଲତ ଦୋଷମୁକ୍ତ କରିଛନ୍ତି।
ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିମାନେ ହେଲେ- ମହମ୍ମଦ ଶାହବାଜ୍ ହୁସେନ୍, ମହମ୍ମଦ ସୈଫ୍ ଓରଫ୍ କ୍ୟାରେଓନ୍, ମହମ୍ମଦ ସରଓ୍ଵାର୍ ଆଜ୍ମି, ମହମ୍ମଦ ସୈଫ୍ ଓରଫ ସୈଫୁର୍ରହମନ ଅନ୍ସାରି ଏବଂ ମହମ୍ମଦ ସଲମନ।
Image Source: India Todayମନକ ଚୌକ ଏବଂ କୋତଓ୍ଵାଲି ଥାନାରେ ଏହି ବିସ୍ଫୋରଣ ସଂକ୍ରାନ୍ତରେ ସମୁଦାୟ ଆଠଟି ମାମଲା ରୁଜୁ କରାଯାଇଥିଲା। ଏହି ମାମଲାର ତଦନ୍ତ କରୁଥିବା ରାଜସ୍ଥାନ ଏଟିଏସ୍ ପାଞ୍ଚଜଣ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜ ସିଟ୍ ଫାଇଲ୍ କରିଥିଲା।
୨୦୦୮ ମେ ମାସରେ ଜୟପୁରର ଜନବହୁଳ ବଜାର ଅଞ୍ଚଳ ଓ ଗୋଟାଏ ହନୁମାନ ମନ୍ଦିର ନିକଟରେ ୧୫ ମିନିଟ୍ରେ ଆତଙ୍କବାଦୀମାନେ ୯ଟି ବିସ୍ଫୋରଣ ଘଟାଇଥିଲେ। ଏଥିରେ ୭୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ବାଂଲାଦେଶର ଆତଙ୍କବାଦୀ ସଙ୍ଗଠନ ହରକୁତ୍-ଉଲ୍-ଜେହାଦୀ ଇସ୍ଲାମି ଏହି ବିସ୍ଫୋରଣ ଘଟାଇଥିବା ସନ୍ଦେହ କରାଯାଉଥିଲା।
Follow Us