Image Courtesy of India Today
ନୂଆଦିଲ୍ଲୀ: ସୋମବାର ପାହାନ୍ତାରେ ଛତିଶଗଡ଼ର ସୁକମା ଜିଲ୍ଲାରେ ଥିବା ପାରାମିଲିଟାରି କ୍ୟାମ୍ପ୍ରେ ଜଣେ ସହକର୍ମୀ ଯବାନ ଗୁଳି ଚଳାଇବାରୁ ‘ସିଆର୍ପିଏଫ୍ ୫୦ ବାଟାଲିୟାନ୍’ର ଅନ୍ୟୂନ ୪ଜଣ ଯବାନ ପ୍ରାଣ ହରାଇଛନ୍ତି ଓ ଅନ୍ୟ ୩ଜଣ ଆହତ ହୋଇଥିବା କଥା ଜଣେ ପୁଲିସ ଅଧିକାରୀଙ୍କ ଠାରୁ ପ୍ରକାଶ।
ଛତିଶଗଡ଼ର ରାଜଧାନୀ ରାୟପୁର ଠାରୁ ପ୍ରାୟ ୪୦୦ କିଲୋମିଟର୍ ଦୂର ସୁକମା ଜିଲ୍ଲା ଅନ୍ତର୍ଗତ ମରାଇଗୁଡ଼ା ଥାନା ଅଞ୍ଚଳର ଲିଙ୍ଗମପଲ୍ଲୀ ଗାଁରେ ଥିବା ଉକ୍ତ କ୍ୟାମ୍ପ୍ରେ ପାହାନ୍ତା ପ୍ରାୟ ୩.୩୦ରେ ଘଟଣାଟି ଘଟିଥିବା କଥା ବସ୍ତର ରେଞ୍ଜ୍ର ପୁଲିସ ମହାନିର୍ଦେଶକ ସୁନ୍ଦରରାଜ ପି କହିଛନ୍ତି।
Image Courtesy of ANIପ୍ରାପ୍ତ ସୂଚନା ଅନୁସାରେ, ଜଣେ ଯବାନ ତାଙ୍କର ‘ସର୍ଭିସ୍ ଉଇପନ୍’ରୁ (ଏକେ-୪୭ ରାଇଫଲ୍) ଗୁଳି ଚଳାଇଥିଲେ। ଏହି ଗୁଳିକାଣ୍ଡରେ ୪ ଜଣ ଯବାନ ନିହତ ହୋଇଥିଲେ। ଗୁଳି ଚଳାଇଥିବା ଯବାନ ରୀତେଶରଞ୍ଜନଙ୍କୁ ତୁରନ୍ତ କାବୁ କରାଯାଇ ଜେରା କରାଯାଉଛି।
ଚିକିତ୍ସା ନିମନ୍ତେ ଆହତ ଯବାନମାନଙ୍କୁ ସ୍ଥାନୀୟ ଭଦ୍ରାଚଳମ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା କଥା ପୁଲିସ କହିଛି।
ସଦ୍ୟତମ ସୂଚନା ଅନୁସାରେ, ଅଧିକ ଚିକିତ୍ସା ନିମନ୍ତେ ଆହତ ଯବାନମାନଙ୍କ ମଧ୍ୟରୁ ୨ଜଣଙ୍କୁ ବିମାନ ଯୋଗେ ରାୟପୁର ନିଆଯାଇଛି।
Follow Us