କରାଚିରେ ପରିବା ‘କଣ୍ଟେନର୍‌’ରୁ ବାହାରିଥିବା ବିଷାକ୍ତ ବାଷ୍ପ ଶୁଙ୍ଘି ୪ ମୃତ, ୧୫ ଅସୁସ୍ଥ

Advertisment
କରାଚିରେ ପରିବା ‘କଣ୍ଟେନର୍‌’ରୁ ବାହାରିଥିବା ବିଷାକ୍ତ ବାଷ୍ପ ଶୁଙ୍ଘି ୪ ମୃତ, ୧୫ ଅସୁସ୍ଥ

Image Source: Hindustan Times

କରାଚି: ପାକିସ୍ତାନର ବନ୍ଦର ନଗରୀ କରାଚିରେ ପରିବା ‘କଣ୍ଟେନର୍‌’ରୁ (ବଡ଼ ବାକ୍ସ ଭଳି ଡବା) ବାହାରିଥିବା ବିଷାକ୍ତ ବାଷ୍ପ ଶୁଙ୍ଘି ଅନ୍ୟୂନ ଚାରିଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଏହି ବିଷାକ୍ତ ବାଷ୍ପ ଶୁଙ୍ଘି ଆହୁରି ୧୫ ଜଣ ବ୍ୟକ୍ତି ମଧ୍ୟ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।

ରବିବାର ରାତିରେ କେମାରି ବନ୍ଦର ଅଞ୍ଚଳରେ ଏକ ପଣ୍ୟବାହୀ ଜାହାଜରୁ ସେହି ପରିବା ‘କଣ୍ଟେନର୍‌’ଟିକୁ ଅଣା ଯାଇଥିଲା।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜ୍ୟାକ୍‌ସନ୍‌ ବଜାରର କିଛି ଲୋକ ସେ ‘କଣ୍ଟେନର୍‌’ଟିକୁ ଖୋଲିଥିଲେ। ଖୋଲାଯିବା ପରେ ସେ କଣ୍ଟେନର୍‌ରୁ ଧୂଆଁ ପରି ବାଷ୍ପ ନିର୍ଗତ ହୋଇଥିଲା। ସେ ବାଷ୍ପ ନାକରେ ବାଜିବା କ୍ଷଣି ଲୋକେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ପରେ ସେମାନେ ଅଚେତ ହୋଇ ପଡ଼ିଥିଲେ।

publive-image Image Source: OneIndia

ତୁରନ୍ତ ସେମାନଙ୍କୁ ପାଖରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଉ ୧୫ ଜଣଙ୍କର ଚିକିତ୍ସା ଚାଲିଛି।

ପରିବା ଆଣିଥିବା ସେ ଜାହାଜ ସଂକ୍ରାନ୍ତରେ ସବିଶେଷ ତଥ୍ୟ ଦେବାକୁ ବନ୍ଦର କର୍ତ୍ତୃପକ୍ଷ ଏବଂ ପାକିସ୍ତାନୀ ନୌସେନାକୁ ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe