ତେଜିଲା ଜେନ୍-ଜିଙ୍କ ବିରୋଧ ପ୍ରଦର୍ଶନ, ୪ଜଣଙ୍କ ମୃତ୍ୟୁ ପରେ ଜାରି ହେଲା କର୍ଫ୍ୟୁ

ବୁଧବାର ଦିନ ଲେହ-ଲଦାଖରେ ଯୁବ ପ୍ରଦର୍ଶନକାରୀଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ଏହି ପ୍ରତିବାଦରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

New Project

ଲଦାଖ: ବୁଧବାର ଦିନ ଲେହ-ଲଦାଖରେ ଯୁବ ପ୍ରଦର୍ଶନକାରୀଙ୍କ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ରାସ୍ତାରେ ପ୍ରତିବାଦ କରୁଥିବା ଜେନ୍-ଜିମାନେ ବିଜେପି କାର୍ଯ୍ୟାଳୟ ଜାଳି ଦେବା ସହ ପଥର ମାଡ଼ କରିଛନ୍ତି। ଏହା ସହ ଏକ ପୁଲିସ ଗାଡ଼ିକୁ ମଧ୍ୟ ଜାଳି ଦିଆଯାଇଥିବା ଜଣାପଡ଼ିଛି। ଏହି ପ୍ରତିବାଦରେ ଅତି କମରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ପ୍ରଦର୍ଶନକାରୀମାନେ ରାଜ୍ୟ ମାନ୍ୟତା ଏବଂ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରି ବିରୋଧ ପ୍ରଦର୍ଶନ କରୁଛନ୍ତି। ପରିସ୍ଥିତି ଖରାପ ହେଉଥିବା ଦେଖି କର୍ତ୍ତୃପକ୍ଷ ସହରରେ କର୍ଫ୍ୟୁ ଜାରି କରିଛନ୍ତି। ପାଞ୍ଚ ଜଣରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ରୋକ୍ ଲଗାଯାଇଛି।

ପୋଡ଼ାଜଳା ସମୟରେ, ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦିଆଯାଇଥିଲା ଏବଂ ଏକ ଗାଡ଼ି ମଧ୍ୟ ପୋଡ଼ି ଦିଆଯାଇଥିଲା। ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା ​​ଏବଂ ପ୍ରତିବାଦକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲା। ଏବେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଏକ ସରକାରୀ ଆଦେଶରେ କୁହାଯାଇଛି ଯେ, ଲେହରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। କୌଣସି ଶୋଭାଯାତ୍ରା ବା ରାଲି କରାଯାଇପାରିବ ନାହିଁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଲଦାଖ, ଜମ୍ମୁ-କଶ୍ମୀରର ଅଂଶ ଥିଲା ଏବଂ ୫ ଅଗଷ୍ଟ, ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ହୋଇ ସିଧାସଳଖ କେନ୍ଦ୍ରର ନିୟନ୍ତ୍ରଣକୁ ଆସିଗଲା। ଲଦାଖର ଲୋକମାନେ ସେବେଠାରୁ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ରାଜ୍ୟ ମାନ୍ୟତା ଦାବି କରିଆସୁଛନ୍ତି। ଏହି ଦାବି ପୂରଣ ହୋଇନଥିବାରୁ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲଦାଖବାସୀ।

leh-ladakh | curfew imposed

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe