ଆମେରିକା ହସ୍ପିଟାଲ୍‌ ଅଟ୍ଟାଳିକାରେ ଗୁଳିକାଣ୍ଡ: ୪ ମୃତ, ବନ୍ଧୁକଧାରୀ ନିହତ

Advertisment
ଆମେରିକା ହସ୍ପିଟାଲ୍‌ ଅଟ୍ଟାଳିକାରେ ଗୁଳିକାଣ୍ଡ: ୪ ମୃତ, ବନ୍ଧୁକଧାରୀ ନିହତ

Image Courtesy of India Today

ଟଲ୍‌ସା: ବୁଧବାର ଦିନ ଓକ୍ଲାହୋମା ଅନ୍ତର୍ଗତ ଟୁଲ୍‌ସାସ୍ଥିତ ଏକ ଡାକ୍ତରଖାନା ଅଟ୍ଟାଳିକା ମଧ୍ୟରେ ରାଇଫଲ୍‌ ଓ ପିସ୍ତଲ୍‌ ଧରିଥିବା ଜଣେ ବ୍ୟକ୍ତି ଗୁଳି ଚଳାଇବାରୁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି। ଗୁଳି ଚଳାଇଥିବା ଆତତାୟୀଙ୍କୁ ମଧ୍ୟ ଗୁଳି କରି ହତ୍ୟା କରାଯାଇଥବା କଥା ପୁଲିସ ସୂଚନା ଦେଇଛି।

ଟଲ୍‌ସା ପୁଲିସ କହିଛି, ସେଣ୍ଟ୍‌ ଫ୍ରାନ୍‌ସିସ୍‌ ହସ୍ପିଟାଲ୍‌ କ୍ୟାମ୍ପସ୍‌ରେ ଥିବା ନାଟେଲାଇ ଅଟ୍ଟାଳିକାରେ ଗୁଳିକାଣ୍ଡ ଚାଲିଥିବା ବେଳେ ଗୁଳି ଚାଳନାକାରୀଙ୍କ ସମେତ ୫ଜଣଙ୍କର ମୃତ୍ୟୁ ଘଟିଛି।

ଅସ୍ଥିଶଲ୍ୟ କେନ୍ଦ୍ର ସମେତ ଡାକ୍ତରମାନଙ୍କ କାର୍ଯ୍ୟାଳୟ ଥିବା ନାଟେଲାଇ ଅଟ୍ଟାଳିକାର ଦ୍ବିତୀୟ ତାଲାରେ ଗୁଳିକାଣ୍ଡ ଘଟିଥିଲା।

ସେଣ୍ଟ୍‌ ଫ୍ରାନ୍‌ସିସ୍‌ ହସ୍ପିଟାଲ୍‌ ପରିସର ବାହାରେ ଟଲ୍‌ସା ପୁଲିସ ମୁଖ୍ୟ ଜନାଥନ୍‌ ବ୍ରୁକ୍ସ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି, ଆତତାୟୀଜଣକ ନିଜକୁ ନିଜେ ଆହତ କରିଥିବା କାରଣରୁ ମୃତ୍ୟୁବରଣ କରିଥିବା ଭଳି ଜଣାପଡୁଛି। ଆନୁମାନିକ ୩୫ରୁ ୪୦ ବର୍ଷ ବୟସର ଉକ୍ତ ଆତତାୟୀର ପରିଚୟ ଜାଣିବା ଲାଗି ପୁଲିସ ଉଦ୍ୟମ ଚଳାଇଛି।

publive-image Image Courtesy of Reuters

ନିହତ ବ୍ୟକ୍ତିମାନଙ୍କ ମଧ୍ୟରେ ଡାକ୍ତରଖାନାର କର୍ମଚାରୀ ଓ ରୋଗୀ ଥାଇପାରନ୍ତି ବୋଲି ଟଲ୍‌ସା ପୁଲିସର ଆଉ ଜଣେ ଉପମୁଖ୍ୟ ଏରିକ୍‌ ଡେଲ୍‌ଗ୍ଲିସ୍‌ କହିଛନ୍ତି।

ଗୁଳିକାଣ୍ଡ ଚାଲିଛି ବୋଲି ସୂଚନା ପାଇବାର ୩ ମିନିଟ୍‌ ଭିତରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିହତ ଲୋକମାନଙ୍କ ନିକଟରେ ପହଞ୍ଚିବା ସହ ୫ ମିନିଟ୍‌ ପରେ ସନ୍ଦିଗ୍ଧ ଆତତାୟୀ ନିକଟରେ ପହଞ୍ଚିଥିଲେ ବୋଲି ବ୍ରୁକ୍ସ୍‌ କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ମଧ୍ୟ ଏହି ଗୁଳିକାଣ୍ଡ ବିଷୟରେ ସଂକ୍ଷେପରେ ଅବଗତ କରାଇଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe