କେନାଲରେ ଖସିପଡିଲା କାର, ୪ ଜଣଙ୍କର ମୃତ୍ୟୁ

କେନାଲରେ ଖସିପଡିଲା କାର, ୪ ଜଣଙ୍କର ମୃତ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଣ୍ଡ୍ୟାରେ ଥିବା ବିଶ୍ୱେସରାୟ କେନାଲରେ ଆଜି ଏକ କାର ଖସିପଡିଛି | ଆଉ କାର କେନାଲରେ ଖସିପଡିବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ମାଣ୍ଡ୍ୟାର ଗାମନାହାଲୀ ଅଞ୍ଚଳରେ ଏହା ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିମାନେ ଘରେ ଆୟୋଜିତ ଏକ ସମାରୋହ ପାଇଁ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ, କିନ୍ତୁ ସେଠାରୁ ଫେରୁଥିବା ସମୟରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ମାଣ୍ଡ୍ୟା ଏସପି ଏନ ଯତୀଶ କହିଛନ୍ତି ଯେ ଆରକେରେ ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ତେବେ ମୃତକଙ୍କ ପରିଚୟ ଏବେ ଯାଏଁ ମିଳିନଥିବାବେଳେ କାରଟି ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିବାର କୁହାଯାଉଛି | କେନାଲରେ କାରଟି ଖସିପଡିବା ପରେ ପାଣିରେ ଶ୍ବାସରୁଦ୍ଧ ହୋଇ ଏମାନଙ୍କର ମୃତ୍ୟୁ ହୋଇଥିବାର ପୁଲିସ ସନ୍ଦେହ କରୁଛି | ଗତ ମେ ମାସରେ କର୍ଣ୍ଣାଟକର ମହୀଶୂରରେ ଏକ କାର ଏବଂ ବସ୍ ଧକ୍କାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ତିନି ଜଣ ମଧ୍ୟ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe