ଜଙ୍ଗଲ ନିଆଁ ଲିଭାଉଥିବାବେଳେ ଜଳିଗଲେ ୪ ଜଣ ବନ କର୍ମଚାରୀ

Advertisment
ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ଥମୁନି ନିଆଁ: ୧୦ ଦିନରେ ୧୪ ବନାଗ୍ନି

ଡେରାଡୁନ: ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁ ଥମିବାର ନାମ ନେଉ ନାହିଁ। ଉତ୍ତରାଖଣ୍ଡର ଆଲମୋରାରେ ଜଙ୍ଗଲରେ ଲାଗିଥିବା ନିଆଁ ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି। ତେବେ ଏହାରି ଭିତରେ ବଡ ଖବର ସାମନାକୁ ଆସିଛି ଯେ ନିଆଁ ଲିଭାଇବାକୁ ଯାଇଥିବା ୪ ଜଣ ବନ କର୍ମଚାରୀ ବି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି | ଏନେଇ ଅଧିକାରୀ କହିଛନ୍ତି ଯେ ଜଙ୍ଗଲରେ ନିଆଁ ଲାଗି ଚାରି ଜଣ ପ୍ରାଣ ହରାଇଛନ୍ତି। କୁହାଯାଉଛି ଯେ ବନ ବିଭାଗର କିଛି କର୍ମଚାରୀ ସେମାନଙ୍କ ଗାଡିରେ ଜଙ୍ଗଲରେ ନିଆଁ ଲିଭାଇବାକୁ ଯାଉଥିବାବେଳେ ସେମାନଙ୍କ ଗାଡିରେ ନିଆଁ ଲାଗିଯାଇଥିଲା।

ଏହି ଘଟଣାରେ ସମସ୍ତ ଚାରିଜଣ କର୍ମଚାରୀ ନିଆଁରେ ପୋଡି ହୋଇଯାଇଥିଲେ। ଅନ୍ୟ କେତେକ କର୍ମଚାରୀ ମଧ୍ୟ ଗୁରୁତର ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତେବେ ଏହି ଦୁର୍ଘଟଣା କିପରି ଘଟିଲା ଏବଂ କେବେ ଘଟିଲା ସେ ସମ୍ବନ୍ଧରେ ତଦନ୍ତ ଜାରି ରହିଛି | ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, "ଜଙ୍ଗଲରେ ନିଆଁ ଲାଗିବା କାରଣରୁ ୪ ବନ କର୍ମଚାରୀଙ୍କ ମୃତ୍ୟୁ ଖବର ଗଭୀର କଷ୍ଟ ଦେଇଛି । ଏହି ଦୁଃଖ ସମୟରେ ଆମ ସରକାର ମୃତକଙ୍କ ପରିବାର ସହ ଛିଡା ହୋଇଛି ଏବଂ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ସହାୟତା ଭାବରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe