୨୦୦୮ ଜୟପୁର ବୋମା ବିସ୍ଫୋରଣ ମାମଲାରେ ୪ ଆତଙ୍କବାଦୀଙ୍କୁ ଆଜୀବନ ଜେଲ୍

ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ଚାରି ଜଣ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଜୟପୁରର ସ୍ୱତନ୍ତ୍ର କୋର୍ଟ ସୈଫୁରରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦକୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର ଦିନ ଏହି ଦଣ୍ଡ ଘୋଷଣା କରିଥିଲେ।

jaipur

ଜୟପୁର : ଜୟପୁର ସିରିଏଲ ବିସ୍ଫୋରଣ ମାମଲାରେ ଚାରି ଜଣ ଆତଙ୍କବାଦୀଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ଜୟପୁରର ସ୍ୱତନ୍ତ୍ର କୋର୍ଟ ସୈଫୁରରହମାନ, ମହମ୍ମଦ ସୈଫ, ମହମ୍ମଦ ସରୱାର ଆଜମୀ ଏବଂ ଶାହବାଜ ଅହମ୍ମଦକୁ ଦୋଷୀ ସାବ୍ୟସ୍ତ କରି ମଙ୍ଗଳବାର (୮ ଏପ୍ରିଲ) ଦିନ ଏହି ଦଣ୍ଡ ଘୋଷଣା କରିଥିଲେ। କୋର୍ଟ ୬୦୦ ପୃଷ୍ଠାରେ ତାଙ୍କର ରାୟ ପ୍ରଦାନ କରିଛନ୍ତି ।

୧୩ ମଇ ୨୦୦୮ରେ ଜୟପୁରରେ ଏକ ସିରିଜ ବିସ୍ଫୋରଣ ଘଟଣା ଘଟିଥିଲା। ଜୟପୁରରେ ଗୋଟିଏ ପରେ ଗୋଟିଏ ଆଠଟି ବୋମା ବିସ୍ଫୋରଣ ଘଟିଥିଲା। ତେବେ ଚାନ୍ଦପୋଲ ବଜାରର ଏକ ମନ୍ଦିର ନିକଟରେ ଏକ ଅଫୁଟା ବୋମା ମିଳିଥିଲା ଯାହାକୁ ପରେ ନିଷ୍କ୍ରିୟ କରାଯାଇଥିଲା। ସମଗ୍ର ଦେଶକୁ ଥରାଇ ଦେଇଥିବା ଏହି ସିରିଏଲ ବିସ୍ଫୋରଣରେ ୭୧ ଜଣ ପ୍ରାଣ ହରାଇଥିଲେ ଓ ୧୮୫ ଜଣ ଆହତ ହୋଇଥିଲେ।

ଜୟପୁର ବୋମା ବିସ୍ଫୋରଣ ସହିତ ଜଡିତ ଆଠଟି ଭିନ୍ନ ଭିନ୍ନ ମାମଲାରେ ଏହି ଚାରି ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ପରେ, ରାଜସ୍ଥାନ ହାଇକୋର୍ଟ ମାର୍ଚ୍ଚ ୨୦୨୩ ରେ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ତେବେ ଉକ୍ତ ଅଫୁଟା ବୋମା ସେମାନଙ୍କୁ ପୁଣି ଜେଲ ଭିତରକୁ ଆଣିବାକୁ ସକ୍ଷମ ହୋଇଛି । ୧୭ ବର୍ଷ ପୁରୁଣା ଏହି ମାମଲାରେ, ସରକାରୀ ଓକିଲ ୧୧୨ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ ଏବଂ ପ୍ରାୟ ୧୨୦୦ ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe