ପଞ୍ଜାବ: ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଗଲା ନିଆଁ, ୪ ଛାତ୍ରଛାତ୍ରୀ ମୃତ

Advertisment
ପଞ୍ଜାବ: ସ୍କୁଲ୍‌ ଭ୍ୟାନ୍‌ରେ ଲାଗିଗଲା ନିଆଁ, ୪ ଛାତ୍ରଛାତ୍ରୀ ମୃତ

ଅମ୍ରିତସର: ପଞ୍ଜାବର ସଙ୍ଗରୁରଠାରେ ଶନିବାରଦିନ ଘଟିଯାଇଛି ଏକ ଅଭାବନୀୟ ଘଟଣା ।   ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ଭ୍ୟାନ୍‌ରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ଗାଡ଼ି ନିକଟକୁ ‌‌ଦୌଡ଼ି ଯାଇ ଅନ୍ୟ ୮ ଜଣ ଛାତ୍ରଙ୍କୁ ସୁରକ୍ଷିତ ଭାବେ ଗାଡ଼ି ବାହାରକୁ ବାହର କରିଛନ୍ତି। ମୃତ୍ୟୁ ଘଟିଥିବା ୪ ଜଣଙ୍କ ବୟସ ୧୦ରୁ ୧୨ ବର୍ଷ ମଧ୍ୟରେ ବୋଲି ପୁଲିସ୍‌ ସୂଚନା ଦେଇଛି।

ସଙ୍ଗୁରର ଲଙ୍ଗୋୱାଲ୍‌-ସିଦ୍‌ସମାଚାର ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି। ପିଲାମାନେ ସ୍କୁଲ୍‌ ସାରି ଭ୍ୟାନ୍‌ରେ ଘରକୁ ଫେରିବା ବାଟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

publive-image Asianet News

ତେବେ, କେଉଁ କାରଣରୁ ସ୍କୁଲ୍‌ ଭ୍ୟାନ୍‌ଟିରେ ନିଆଁ ଲାଗିଛି ତାହା ଏଯାବତ୍‌ ଜଣାପଡ଼ି ନାହିଁ। ଘଟଣା ଘଟିବା ବେଳେ ସମୁଦାୟ ୧୨ ଜଣ ଛାତ୍ର ସ୍କୁଲ୍‌ ଭ୍ୟାନ୍‌ରେ ଥିଲେ।

ଦେଖଣାହାରୀଙ୍କ କହିବା ମୁତାବକ ସ୍କୁଲ୍‌ରୁ ବାହାରି ମାତ୍ର କିଛି ମିଟର ଚାଲିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଭ୍ୟାନ୍‌ଟି ଯାଉଥିବା ବେଳେ ପ୍ରଥମେ ଦେଖଣାହାରୀ ଭ୍ୟାନ୍‌ରେ ନିଆଁ ଲାଗିଥିବାର ଦେଖିବାକୁ ପାଇବା ପରେ ଭ୍ୟାନ୍‌ଟିକୁ ଅଟକାଇ ଥିଲେ।

ସମୟ ଭିତରେ ୮ ଜଣ ଛାତ୍ରଙ୍କୁ ସୁରକ୍ଷିତ ଭାବେ ବାହାରକୁ କଢ଼ା ଯାଇଥିଲେ ବି ଆଉ୪ ଜଣ ଭ୍ୟାନ୍‌ ଭିତରୁ ବାହାରି ନପାରିବାକୁ ସେମାନଙ୍କର ମୃତ୍ୟୁ ଘଟିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ଭ୍ୟାନ୍‌ରେ ୮ ଜଣ ବସିବା ପାଇଁ ଜାଗା ଥିବା ବେଳେ ଭ୍ୟାନ୍‌ ଚାଳକ ସେଥିରେ ଅଧିକ ୪ ଜଣଙ୍କୁ ବସାଇ ନେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe