ସିତାଲକୁଚି ଗୁଳିକାଣ୍ଡରେ ନିହତ ୪ଜଣଙ୍କୁ ‘ମିଡିୟମ୍‌ ରେଞ୍ଜ୍‌’ରୁ ଗୁଳି କରାଯାଇଥିଲା

Advertisment
ସିତାଲକୁଚି ଗୁଳିକାଣ୍ଡରେ ନିହତ ୪ଜଣଙ୍କୁ ‘ମିଡିୟମ୍‌ ରେଞ୍ଜ୍‌’ରୁ ଗୁଳି କରାଯାଇଥିଲା

Image Courtesy of India Today

କୋଲ୍‌କାତା: ପଶ୍ଚିମବଙ୍ଗର ସିତାଲକୁଚି ଗୁଳିକାଣ୍ଡ ଘଟଣାରେ ନିହତ ୪ଜଣ ବ୍ୟକ୍ତିଙ୍କୁ ‘ସିଆଇଏସ୍‌ଏଫ୍‌’ ‘ମିଡିୟମ୍‌ ରେଞ୍ଜ୍‌’ରୁ ଗୁଳି ମାରିଥିଲେ ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।

ଏପ୍ରିଲ୍‌ ୧୦ ତାରିଖ ଦିନ ପଶ୍ଚିମବଙ୍ଗରେ ଅନୁଷ୍ଠିତ ୪ର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଚାଲିଥିବା ସମୟରେ କୁଚ୍‌ବେହାର ଅନ୍ତର୍ଗତ ସିତାଲକୁଚିରେ ସମୁଦାୟ ୫ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଚାରିଜଣଙ୍କର ମୃତ୍ୟୁ ଘଟିଥିଲା ‘ସିଆଇଏସ୍‌ଏଫ୍‌’ ଗୁଳିରେ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଚାରି ମୃତ ବ୍ୟକ୍ତିଙ୍କର ଶରୀରର ଉପର ଭାଗରେ ଗୁଳି ଚୋଟ ଲାଗିଥିଲା।

ସିଲିଗୁଡ଼ିରେ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ଘଟଣାକୁ ନରସଂହାର ବୋଲି କହିବା ସହ ‘ସିଆଇଏସ୍‌ଏଫ୍‌’ କର୍ମଚାରୀମାନେ ସେମାନଙ୍କ ଛାତି କିଂବା ବେକରେ ଗୁଳି ମାରି ଥିବା କଥା ମଧ୍ୟ ଦାବି କରିଥିଲେ।

publive-image Image Courtesy of The Times of India

ତୃଣମୂଳ କଂଗ୍ରେସର ଡେରେକ୍‌ ଓ’ବ୍ରାଏନ୍‌ ‘ସିଆଇଏସ୍‌ଏଫ୍‌’ କର୍ମଚାରୀଙ୍କର ଏହି ଗୁଳିମାଡ଼କୁ ‘ନିର୍ବିଚାର ହତ୍ୟା’ ବୋଲି କହିଥିଲେ।
ଟୁଇଟ୍‌ କରି ସେ ଲେଖିଥିଲେ, କେନ୍ଦ୍ରୀୟ ବଳଦ୍ୱାରା ନିହତ ବ୍ୟକ୍ତିମାନଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ପ୍ରକାଶ ପାଇଛି। ଦୌଡ଼ି ପଳାଉଥିବା ବେଳେ ଜଣଙ୍କ ପିଠି ପଟେ ୧୦ ମିଟର ଦୂରରୁ ଗୁଳି କରାଯାଇଛି। ଦ୍ୱିତୀୟ ବ୍ୟକ୍ତିଙ୍କର ମୁଣ୍ଡରେ ଲାଗିଥିବା ଆଘାତ ବଟ୍‌ କିଂବା ରାଇଫଲ୍‌ଦ୍ୱାରା ସୃଷ୍ଟ। ଅତି ନିକଟରୁ ତୃତୀୟଜଣଙ୍କ ଛାତିରେ ଗୁଳି ମରାଯାଇଥିଲା।

ଅଧିକ ତଦନ୍ତ ଲାଗି ‘ସିଆଇଏସ୍‌ଏଫ୍‌’ ଗୁଳିକାଣ୍ଡଜନିତ ମୃତ୍ୟୁ ମାମଲାକୁ ‘ସିଆଇଡି’କୁ ହସ୍ତାନ୍ତର କରାଯାଇଛି। ଏଥିପାଇଁ ‘ସିଆଇଡି’ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛି। ତଦନ୍ତକାରୀମାନେ ସିତାଲକୁଚି ଅନ୍ତର୍ଗତ ଜୋରପତ୍‌କିର ବୁଥ୍‌ ନମ୍ବର ୧୨୬/୫ ପରିଦର୍ଶନରେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe