Image Source: Hindustan Times
ମୁମ୍ବାଇ: ରବିବାର ସକାଳେ ‘ମୁମ୍ବାଇ ମାରାଥନ୍ ୨୦୨୦’ ଦୌଡୁଥିବା ଜଣେ ୬୪ ବର୍ଷିୟ ବ୍ୟକ୍ତି ହୃଦ୍ଘାତରେ ପ୍ରାଣ ହରାଇଛନ୍ତି।
ବରିଷ୍ଠ ନାଗରିକ ବର୍ଗରେ ଦୌଡୁଥିବା ଗଜାନନ ମାଲ୍ଜାକର ନାମକ ସେ ବ୍ୟକ୍ତି ୪ କିଲୋମିଟର୍ ଦୌଡ଼ିବା ପରେ ଟଳି ପଡ଼ିଥିଲେ। ତୁରନ୍ତ ତାଙ୍କୁ ବମ୍ବେ ହସ୍ପିଟାଲ୍କୁ ନିଆଯାଇଥିଲା। ତାଙ୍କୁ ମୃତାବସ୍ଥାରେ ଅଣାଯାଇଥିବା କଥା ସେଠାରେ ଘୋଷଣା କରାଯାଇଥିଲା।
ମାରାଥନ୍ରେ ଅଂଶ ଗ୍ରହଣ କରିଥିବା ଅନ୍ୟ ଦୁଇଜଣ ମଧ୍ୟ ହୃଦ୍ଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୪୦ ବର୍ଷିୟ ହିମାଂଶୁ ଠାକ୍କର। ଏବେ ତାଙ୍କର ଏଞ୍ଜିଓପ୍ଲାଷ୍ଟି କରାଯାଉଛି। ନାମ ଜଣା ନ ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି।
Image Source: India TVସକାଳ ୫: ୧୫ରେ ଅଧା ମାରାଥନ୍ ଆରମ୍ଭ ହୋଇଥିଲା। ସକାଳ ୬: ୩୦ରେ ୧୦ ହଜାର ଲୋକ ଦୌଡ଼ିବା ଆରମ୍ଭ କରିଥିଲେ। ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଷ୍ଟେସନ୍ରୁ ଆରମ୍ଭ ହୋଇ ବାନ୍ଦ୍ରା-ଓ୍ଵର୍ଲି ସିଲିଙ୍କ୍, ମେରାଇନ୍ ଡ୍ରାଇଭ୍, ମହାଲକ୍ଷ୍ମୀ ରେସ୍କୋର୍ସ, ହାଜି ଅଲି ଏବଂ ପେଦାର ରୋଡ୍ ଦେଇ ଦୌଡ଼ାଳିମାନେ ସହର ପରିକ୍ରମା କରିଥିଲେ।
Follow Us