୪ମାସର ଶିଶୁକୁ ଧରି ସୁରଟରୁ ମୁମ୍ବାଇ ଯାଉଥିଲେ ମହିଳା, ପହଞ୍ଚିବା ବେଳକୁ ଚାଲି ଯାଇଥିଲା ଶିଶୁର ଜୀବନ

Advertisment
୪ମାସର ଶିଶୁକୁ ଧରି ସୁରଟରୁ ମୁମ୍ବାଇ ଯାଉଥିଲେ ମହିଳା, ପହଞ୍ଚିବା ବେଳକୁ ଚାଲି ଯାଇଥିଲା ଶିଶୁର ଜୀବନ

oneindia.com

ମୁମ୍ବାଇ: ସୁରଟରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ୍ ବିମାନରେ ଏକ ଦୁଃଖଦାୟକ ଘଟଣା ଘଟିଛି। ବିମାନ ମଧ୍ୟରେ ୪ମାସର ଶିଶୁର ମୃତ୍ୟୁ ହେବା ଖବର ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସବୁଠାରୁ ବଡ଼ କଥା ହେଲା  ମା’କୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ଟିକେ ବି ଜଣା ପଡ଼ି ନଥିଲା। ମହିଳାଜଣଙ୍କ ଶଶୁଟି ଶୋଇଥିବା ନେଇ ଭାବିଥିବା ବେଳେ ପରେ ତା’ର ମୃତ୍ୟୁ ହୋଇ ସାରିଥିବା ନେଇ ଜାଣିଥିଲେ। ଶିଶୁ ରିୟା ନିଜ ମା’ ପ୍ରୀତି ଜିନ୍ଦଲ ଓ ନିଜ ଜେଜେ ବାପା-ଜେଜେ ମା’ଙ୍କ ସହ ବିମାନରେ ଯାତ୍ରା କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ତେବେ ଏହି ଘଟଣା ପରେ ରିୟାର ଶବ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ଜଣା ପଡ଼ି ପାରିବ।

दूध पीने के बाद से सो गई थी बच्‍ची oneindia.com

ସୂଚନା ମୁତାବକ, ଘରୁ ବାହାରିବା ପୂର୍ବରୁ ପ୍ରୀତି ରିୟାଙ୍କୁ ସ୍ତନ୍ୟପାନ କରାଇବା ପରେ ସେ ଶୋଇ ଯାଇଥିଲେ। ବିମାନ ମଧ୍ୟରେ ମଧ୍ୟ ରିୟା ନ ଉଠିବାରୁ ମୁମ୍ବାଇ ପହଞ୍ଚିବା ପରେ ପ୍ରୀତି କ୍ର୍ୟୁ ସଦସ୍ୟଙ୍କ ସାହାଯ୍ୟ ଲୋଡ଼ିଥିଲେ। ଯାହା ପରେ ରିୟାଙ୍କୁ ଡାକ୍ତରଖାନା ନିଆଯାଇଥିଲା। କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ପୂର୍ବରୁ ଡାକ୍ତର ରିୟାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ କାରଣ ପାଇଁ ରିୟାଙ୍କ ମୃତ୍ୟୁ ହେଲା, ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe