‘ତୃଣମୂଳ କଂଗ୍ରେସ’ ନେତ୍ରୀ ମହୁଆ ମୈତ୍ରଙ୍କ ନାଁରେ ଆଗତ ୪ଟି ପୁଲିସ ଅଭିଯୋଗକୁ ଏକତ୍ର କରି ରୁଜୁ ହେଲା ଗୋଟିଏ ମାମଲା

Advertisment
‘ତୃଣମୂଳ କଂଗ୍ରେସ’ ନେତ୍ରୀ ମହୁଆ ମୈତ୍ରଙ୍କ ନାଁରେ ଆଗତ ୪ଟି ପୁଲିସ ଅଭିଯୋଗକୁ ଏକତ୍ର କରି ରୁଜୁ ହେଲା ଗୋଟିଏ ମାମଲା

Image Courtesy of Zee News

ଜବଲ୍‌ପୁର: ଦେବୀ କାଳୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କାରଣରୁ ‘ତୃଣମୂଳ କଂଗ୍ରେସ’ର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ନାଁରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଆଗତ ହୋଇଥିବା ୪ଟି ପୁଲିସ ଅଭିଯୋଗକୁ ଏକତ୍ର କରି ଗୋଟିଏ ‘ଏଫ୍‌ଆଇଆର୍’ରେ ପରିଣତ କରାଯାଇଛି ବୋଲି ଶନିବାର ଦିନ ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଗ‌ୋପାଳ ଖଣ୍ଡେଲ୍‌ କହିଛନ୍ତି, ଧାମିର୍କ ଭାବାବେଗକୁ ଆଘାତ କରିଥିବା ଅଭିଯୋଗରେ ମହୁଆ ମୈତ୍ରଙ୍କ ନାଁରେ ଜବଲପୁର ଜିଲ୍ଲାର ନଗରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଥାନାରେ ୨ଟି ଲେଖାଏଁ ଆଗତ ହୋଇଥିଲା। ଅଭିଯୋଗ ଗୋଟିଏ ପ୍ରକାର ଥିବାରୁ ସେଗୁଡ଼ିକୁ ଏକତ୍ର କରି ଗୋଟିଏ ମାମଲା ରୁଜୁ କରାଯାଇଛି।

ଉପରୋକ୍ତ ଅଭିଯୋଗ ସବୁ ରାଞ୍ଝି, ମଦନ ମହଲ, ପାନଗର ଏବଂ ପଟନ ଥାନାରେ ଦାଏର କରାଯାଇଥିଲା। ‘ଆଇପିସି’ ଧାରା ୨୯୫ଏ ଅନୁସାରେ, ରାଞ୍ଝି ଥାନାରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି ବୋଲି ଅତିରିକ୍ତ ଏସ୍. ପି. ଖଣ୍ଡେଲ୍‌ ସୂଚନା ଦେଇଛନ୍ତି।

publive-image Image Courtesy of NDTV

ଜଣେ ବ୍ୟକ୍ତି ଭାବେ ଦେବୀ କାଳୀଙ୍କୁ ଜଣେ ମାଂସାସୀ ଏବଂ ମଦପ୍ରିୟା ରୂପେ କଳ୍ପନା କରିବା ଲାଗି ତାଙ୍କର ସମ୍ପୂର୍ଣ୍ଣ ଅଧିକାର ରହିଛି ବୋଲି କହି ବିବାଦ ସୃଷ୍ଟି କରିଥିବା ମହୁଆ ମୈତ୍ରଙ୍କ ବିରୋଧରେ ଗତ ବୁଧବାର ଦିନ ଭୋପାଳ କ୍ରାଇମ୍ ବ୍ରାଞ୍ଚ୍‌ ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିଲା।

ମହୁଆ ମୈତ୍ରଙ୍କୁ ‘ବିଜେପି’ ତୀବ୍ର ସମାଲୋଚନା କରିଥିବା ବେଳେ ତାଙ୍କ ଦଳ ‘ତୃଣମୂଳ କଂଗ୍ରେସ’ କ‌ୌଣସି ମନ୍ତବ୍ୟ ଦେଇନାହିଁ, କିନ୍ତୁ ମହୁଆଙ୍କ ବିବୃତିକୁ ନିନ୍ଦା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe