ଜମ୍ମୁ- କଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ୪ ପୁଲିସ୍‌ କର୍ମଚାରୀ ସହିଦ୍‌; ହଜିବୁଲ ମୁଜାହିଦ୍ଦିନର କମାଣ୍ଡର ଅଲ୍‌ତାଫ୍‌ର ନିପାତ ପରେ ଉଗ୍ର ହୋଇ ଉଠିଛନ୍ତି ଆତଙ୍କବାଦୀ

Advertisment
ଜମ୍ମୁ- କଶ୍ମୀର: ଆତଙ୍କବାଦୀଙ୍କ ଗୁଳିରେ ୪ ପୁଲିସ୍‌ କର୍ମଚାରୀ ସହିଦ୍‌; ହଜିବୁଲ ମୁଜାହିଦ୍ଦିନର କମାଣ୍ଡର ଅଲ୍‌ତାଫ୍‌ର ନିପାତ ପରେ ଉଗ୍ର ହୋଇ ଉଠିଛନ୍ତି ଆତଙ୍କବାଦୀ

ଶ୍ରୀନଗର (ଜମ୍ମୁ-କଶ୍ମୀର): ଭାରତୀୟ ସୁରକ୍ଷା ବାହିନୀର ଯବାନମାନେ ଗତ କିଛି ଦିନଧରି ଟପ୍‌ ଆତଙ୍କବାଦୀ କମାଣ୍ଡରମାନଙ୍କୁ ଲଗାତର ଭାବେ ନିପାତ କରିଚାଲିବା ଘଟଣାରେ ଆତଙ୍କବାଦୀମାନେ ଭୟଭୀତ ହେବା ସହ ପ୍ରତିହିଂସା ପରାୟଣ ହୋଇ ଉଠିଛନ୍ତି। ଆଜି (ବୁଧବାର) ସୁରକ୍ଷା ବାହିନୀର ଯବାନମାନେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ର ଟପ୍‌ କମାଣ୍ଡର ଅଲତାଫ୍‌ ଅହମ୍ମଦ ଡର୍‌ ସମେତ ତା’ର ଘନିଷ୍ଠ ସହଯୋଗୀ ଉମର ରସିଦ୍‌ ଓ୍ଵାନିକୁ ସୀମାନ୍ତବର୍ତ୍ତୀ ଅନନ୍ତନାଗ ଠାରେ ଗୁଳି କରି ହତ୍ୟା କରିବାର କିଛି ଘଣ୍ଟା ପରେ ଦକ୍ଷିଣ କଶ୍ମୀରର ସୋପିଆନ୍‌ ଜିଲ୍ଲାରେ ଚାରିଜଣ ପୁଲିସ୍‌ କର୍ମଚାରୀଙ୍କୁ ଗୁଳି ମାରି ସହିଦ୍‌ କରି ଦେଇଛନ୍ତି ଆତଙ୍କବାଦୀମାନେ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ପୁଲିସ୍‌ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଆଜି ସୁରକ୍ଷା ବଳୟ ମଧ୍ୟରେ ଯାଉଥିବା ବେଳେ ବୋନ୍‌ଗାମ ଫଳ ବଜାର ନିକଟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଅନ୍ଧାଧୂନ୍ଦ ଗୁଳିଚାଳନା କରିଥିଲେ। ଏହି ଘଟଣାରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟଙ୍କ ସୁରକ୍ଷା ବଳୟରେ ନିୟୋଜିତ ଥିବା ଚାରି ଜଣ ପୁଲିସ୍‌ କର୍ମଚାରୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍‌ ହୋଇ ଯାଇଥିଲେ। ପରେ ଆତଙ୍କବାଦୀମାନେ ସହିଦ୍‌ ପୁଲିସ୍‌ କର୍ମଚାରୀଙ୍କ ଠାରୁ ସେମାନଙ୍କ ଏକେ-୪୭ ରାଇଫଲ ସବୁକୁ ଲୁଟି ନେଇଥିଲେ।

publive-image

ଏହି ଘଟଣାପରେ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ସଦଳବଳେ ଆସି ଘଟଣାସ୍ଥଳରେ ପହଞ୍ଚିବା ସହ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିନେଇ ବ୍ୟାପକ ତଲାସୀ ଆରମ୍ଭ କରିଛନ୍ତି। ଚଳିତ ବର୍ଷ ଆଜି ସୁଦ୍ଧା ୩୦ ଜଣ ପୁଲିସ୍‌ କର୍ମଚାରୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍‌ ହୋଇ ସାରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe