ଏନ୍‌ପିଜିର ୪୬ତମ ଅଧିବେଶନରେ ୪ ଭିତ୍ତିଭୂମି ପ୍ରକଳ୍ପକୁ ସୁପାରିସ, ଓଡ଼ିଶାରେ ଗୋଟିଏ

Advertisment
ଏନ୍‌ପିଜିର ୪୬ତମ ଅଧିବେଶନରେ ୪ ଭିତ୍ତିଭୂମି ପ୍ରକଳ୍ପକୁ ସୁପାରିସ, ଓଡ଼ିଶାରେ ଗୋଟିଏ

Times of India

ଭୁବନେଶ୍ବର : ପିଏମ୍‍ ଗତିଶକ୍ତି ଅଧୀନରେ ଥିବା ନେଟୱାର୍କ ପ୍ଲାନିଂ ଗ୍ରୁପ୍‍ (ଏନ୍‌ପିଜି) ଏହାର ୪୬ ତମ ଅଧିବେଶନରେ ରେଳ ମନ୍ତ୍ରାଳୟର ୪ଟି ଭିତ୍ତିଭୂମି ପ୍ରକଳ୍ପ ଅନୁଧ୍ୟାନ ଏବଂ ସୁପାରିସ କରିଛି। ସମନ୍ୱିତ ଏବଂ ପ୍ରଗତିଶୀଳ ଚିନ୍ତାଧାରା ବ୍ୟବହାର କରି ଏହି ପ୍ରକଳ୍ପଗୁଡ଼ିକ ବିକଶିତ ହେବ। ପ୍ରକଳ୍ପଗୁଡ଼ିକ ବହୁମୁଖୀ ସଂଯୋଗୀକରଣ, ନିରବଚ୍ଛିନ୍ନ ମାଲ ଏବଂ ଯାତ୍ରୀ ପରିବହନ ଯୋଗାଇବା ସହିତ ସମଗ୍ର ଦେଶରେ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି କରିବ।

ଏଗୁଡ଼ିକ ମଧ୍ୟରେ ଓଡ଼ିଶାର ଜୁନାଗଡରୁ ନବରଙ୍ଗପୁର ଷ୍ଟେସନ ମଧ୍ୟରେ ନୂତନ ବ୍ରଡ-ଗଜ ଲାଇନ ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟର ପ୍ରକଳ୍ପ ଏନପିଜି ଦ୍ୱାରା ଯାଞ୍ଚ କରାଯାଇଥିଲା । ପ୍ରସ୍ତାବିତ ପ୍ରକଳ୍ପ ଜୁନାଗଡ଼ରୁ ନବରଙ୍ଗପୁର ପର୍ଯ୍ୟନ୍ତ ପ୍ରାୟ ୧୧୬ କିଲୋମିଟର ରହିଛି। ଏହି ନୂତନ ଲାଇନର ନିର୍ମାଣ ବଇଲାଡ଼ିଲା ଲୁହାପଥର ଖଣିରୁ ରାୟପୁର ଅଞ୍ଚଳର ବିଭିନ୍ନ ଇସ୍ପାତ କାରଖାନା ପର୍ଯ୍ୟନ୍ତ ଦୂରତାକୁ ୧୩୧ କିଲୋମିଟର ହ୍ରାସ କରିବ ବୋଲି ଆଶା କରାଯାଉଛି । ଏହା ସହିତ ଏହି ପ୍ରକଳ୍ପ ଇସ୍ପାତ କାରଖାନାର ମାଲ ପରିବହନକୁ ସୁଗମ କରିବ ଏବଂ ଜୁନାଗଡ ରୋଡ୍‌, ଜୟପୁର, କୋରାପୁଟ ଏବଂ ଆରଭି ଲାଇନରେ ଥିବା ଅନ୍ୟାନ୍ୟ ମାଲ୍‍ ସେଡ୍‌, ଯାହା ମଲ୍ଟି ମୋଡାଲ୍ ଲଜିଷ୍ଟିକ ପଏଣ୍ଟ ଅଟେ। ଏହି ନୂତନ ଲାଇନ ବିଶାଖାପାଟନମ୍‌, ଗଙ୍ଗାଭରମ ଏବଂ କାକିନାଡ଼ା ବନ୍ଦରରୁ ରାୟପୁର ଅଞ୍ଚଳର ବିଭିନ୍ନ ଇସ୍ପାତ କାରଖାନାକୁ କୋଇଲା ପହଞ୍ଚାଇବା ପାଇଁ ଏକ ବିକଳ୍ପ ମାର୍ଗ ପ୍ରଦାନ କରିବ। ସଡକ-ରେଳ ଇଣ୍ଟରମୋଡାଲ ଲଜିଷ୍ଟିକର ବ୍ୟବସ୍ଥା ଜୟପୁର, ଜୁନାଗଡ଼ ରୋଡ ଏବଂ ନବରଙ୍ଗପୁରରେ ବିଭିନ୍ନ ସେଡ୍‌କୁ ମାଲ ପରିବହନ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe