‘ଆଇଏନ୍‌ଏସ୍‌-ରଣବିଜୟ’ରେ ଅଗ୍ନିକାଣ୍ଡ ଘଟି ୪ ନାବିକ ଆହତ; ତଦନ୍ତ ପାଇଁ ଆଦେଶ ଜାରି

Advertisment
‘ଆଇଏନ୍‌ଏସ୍‌-ରଣବିଜୟ’ରେ ଅଗ୍ନିକାଣ୍ଡ ଘଟି ୪ ନାବିକ ଆହତ; ତଦନ୍ତ ପାଇଁ ଆଦେଶ ଜାରି

Image Courtesy of India Today

ବିଶାଖାପାଟଣା: ଶନିବାର ସନ୍ଧ୍ୟାରେ ଭାରତୀୟ ନୌସେନାର ଯୁଦ୍ଧପୋତ ‘ଆଇଏନ୍‌ଏସ୍‌-ରଣବିଜୟ’ରେ ଅଗ୍ନିକାଣ୍ଡ ଓ ପାଣି ପଶିବା ଘଟଣାରେ ୪ଜଣ ନାବିକ ଆହତ ହୋଇଛନ୍ତି।

ଏ ସମ୍ବନ୍ଧରେ ବିବୃତି ଦେଇ ଜଣେ ନୌସେନା ମୁଖପାତ୍ର କହିଛନ୍ତି, ନିଆଁ ଲିଭା ଉଦ୍ୟମ ବେଳେ ୪ଜଣ ନାବିକ ପୋଡ଼ି ଆହତ ହୋଇଛନ୍ତି। ଚିକିତ୍ସା ନିମନ୍ତେ ସେମାନଙ୍କୁ ନୌସେନା ଡାକ୍ତରଖାନା ‘ଆଇଏନ୍‌ଏଚ୍‌ଏସ୍‌ କଲ୍ୟାଣୀ’ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ସେମାନେ ସେଠାରେ ଚିକିତ୍ସାଧୀନ ଅଛନ୍ତି।

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଘଟଣାଟି ସନ୍ଧ୍ୟା ୫.୩୦ରେ ଘଟିଥିଲା। ନୌସେନା ଟିମ୍‌ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ।

publive-image Image Courtesy of Republic World

ଅଳ୍ପ ଦିନ ତଳେ ଉକ୍ତ ଯୁଦ୍ଧପୋତଟି ସାମୁଦ୍ରିକ ସମରାଭ୍ୟାସରୁ ଫେରି ବିଶାଖାପାଟଣା ନୌସେନା ବନ୍ଦରରେ ରହିଥିଲା।

ଘଟଣାର କାରଣ ଜାଣିବା ଲାଗି ‘ବୋର୍ଡ ଅଫ୍‌ ଇନ୍‌କ୍ୱାରି’ ତଦନ୍ତାଦେଶ ଦିଆଯାଇଛି।

‘ରାଜପୁତ-କ୍ଲାସ୍‌ ଡେଷ୍ଟ୍ରୟର୍‌’ ‘ଆଇଏନ୍‌ଏସ୍‌ ରଣବିଜୟ’ ଭାରତୀୟ ନୌସେନାରେ ବେଶ୍‌ ସକ୍ରିୟ ରହିଛି। ୧୯୮୮ରେ ଏହାକୁ ନୌସେନାରେ ସାମିଲ କରାଯାଇଥିଲା। ‘ମାଲାବାର ନେଭାଲ୍‌ ଏକ୍ସର୍‌ସାଇଜ୍‌’, ‘ଇନ୍ଦ୍ର ଓ୍ଵାର୍‌ ଗେମ୍‌ସ୍‌’, ‘ସିମ୍ବେକ୍ସ୍‍ ଓ୍ଵାର୍‌ ଗେମ୍‌ସ୍‌’ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ସମରାଭ୍ୟାସରେ ‘ଆଇଏନ୍‌ଏସ୍‌ ରଣବିଜୟ’ ଭାଗ ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe