Image Courtesy of India Today
ଶ୍ରୀନଗର: ରବିବାର ରାତି ପ୍ରାୟ ୮.୩୦ରେ ଜମ୍ମୁ ଓ କଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଗତ ବାରି ବ୍ରାହ୍ମଣ ଅଞ୍ଚଳରେ ୪ଟି ସନ୍ଦିଗ୍ଧ ଡ୍ରୋନ୍ ଦୃଶ୍ୟମାନ ହୋଇଥିଲା। ସେଥିରୁ ଗୋଟିଏ ଡ୍ରୋନ୍ ଆର୍ମି କ୍ୟାମ୍ପ୍ ନିକଟରେ ଉଡୁଥିବା ଦେଖାଯାଇଥିଲା ବୋଲି ସାମ୍ବା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ରାଜେଶ ଶର୍ମା ଆଜି କହିଛନ୍ତି।
ବାରି ବ୍ରାହ୍ମଣ ଥାନାରେ ନିଯୁକ୍ତ ଜମ୍ମୁ ଓ କଶ୍ମୀରର ପୁଲିସ କର୍ମଚାରୀମାନେ ଉପରୋକ୍ତ ଡ୍ରୋନ୍ ସବୁ ଦେଖିଥିଲେ। କିନ୍ତୁ, ସେ ଡ୍ରୋନ୍ଗୁଡ଼ିକ ରେଞ୍ଜ୍ ବାହାରେ ଥିବାରୁ ଅଧିକାରୀମାନେ ଗୁଳି ଚଳାଇ ପାରି ନ ଥିଲେ। କିନ୍ତୁ, ଏଥିରେ ସହଯୋଗ କରିବା ଲାଗି ‘୯୨ ଇନ୍ଫାଣ୍ଟ୍ରି ବ୍ରିଗେଡ୍’ରେ ନିଯୁକ୍ତ ପ୍ରତିରକ୍ଷା ବଳଙ୍କୁ ଅନୁରୋଧ କରିଛନ୍ତି।
Image Courtesy of India TVଗତ ଶୁକ୍ରବାର ଦିନ ମଧ୍ୟ ସାମ୍ବା ଜିଲ୍ଲା ତିନୋଟି ପୃଥକ୍ ଅଞ୍ଚଳରେ ସନ୍ଦିଗ୍ଧ ଡ୍ରୋନ୍ ଉଡୁଥିବା ଦେଖାଯାଇଥିଲା। ସେହିଭଳି, ଜୁଲାଇ୧୬ ତାରିଖରେ ଜମ୍ମୁ ଏୟାର୍ ବେସ୍ ଆଖପାଖରେ ଉଡୁଥିବା ଅନ୍ୟ ଏକ ଡ୍ରୋନ୍ ସେଠାରେ ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ’ ମୁତୟନ କରିଥିବା ‘ଆଣ୍ଟି-ଡ୍ରୋନ୍’ ସିଷ୍ଟମ୍ରେ ଧରାପଡ଼ିଥିଲା। ଗତ ମାସରେ ଜମ୍ମୁ ଏୟାର୍ ବେସ୍ରେ ଡ୍ରୋନ୍ ଆକ୍ରମଣ ହେବା ପରେ ‘ନ୍ୟାସ୍ନାଲ୍ ସିକ୍ୟୁରିଟି ଗାର୍ଡ’ ସହରରେ ‘ଆଣ୍ଟି-ଡ୍ରୋନ୍ ସିଷ୍ଟମ୍’ ମୁତୟନ କରିଛି।
Follow Us