ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ

Advertisment

୩ଟି ହ୍ୟାଣ୍ଡ୍ ‌ଗ୍ରେନେଡ୍, ଆଇଇଡି, ୨ଟି ୯ଏମ୍‌ଏମ୍ ପିସ୍ତଲ ଏବଂ ୪୦ଟି ଜୀବନ୍ତ କାଟ୍ରିଜ୍ଜ ଜବତ

୩ଟି ହ୍ୟାଣ୍ଡ୍ ‌ଗ୍ରେନେଡ୍, ଆଇଇଡି, ୨ଟି ୯ଏମ୍‌ଏମ୍ ପିସ୍ତଲ ଏବଂ ୪୦ଟି ଜୀବନ୍ତ କାଟ୍ରିଜ୍ଜ ଜବତ

ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ

India TV News

ଅମୃତସର : ୭୬ତମ ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବ ପୁଲିସ ମିଳିତ ଭାବେ ପାକିସ୍ତାନୀ ଆଇଏସ୍‌ଆଇ-ସମର୍ଥିତ ଆତଙ୍କବାଦୀ ମଡ୍ୟୁଲ ଠାବ ହୋଇଛି। ଫଳରେ ସେମାନଙ୍କ ସମ୍ଭାବ୍ୟ ଆକ୍ରମଣ ଯୋଜନା ପଣ୍ଡ ହୋଇଯାଇଛି। ଏଥିସହ କାନାଡ଼ାର ଆର୍ଶ ଦଲ୍ଲା ଓ ଅଷ୍ଟ୍ରେଲିଆର ଗୁରଜନ୍ତ ସିଂହ ସହ ସମ୍ପର୍କ ରଖିଥିବା ୪ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ପଞ୍ଜାବ ପୁଲିସ ସେମାନଙ୍କଠାରୁ ୩ଟି ହ୍ୟାଣ୍ଡ୍ ‌ଗ୍ରେନେଡ୍, ଗୋଟିଏ ଉନ୍ନତ ବିସ୍ଫୋରକ ଯନ୍ତ୍ର (ଆଇଇଡି), ୨ଟି ୯ଏମ୍‌ଏମ୍ ପିସ୍ତଲ ଏବଂ ୪୦ଟି ଜୀବନ୍ତ କାଟ୍ରିଜ୍ (ଗୁଳିଭରା ମାଗାଜିନ) ଜବତ କରିଛି ବୋଲି ପଞ୍ଜାବ ପୁଲିସ ଡିଜି ଜଣାଇଛନ୍ତି। ଇତିମଧ୍ୟରେ ଉତ୍ତରପ୍ରଦେଶ ପୁଲିସର ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ ଜଣେ ଜୈଶ୍-ଏ-ମହମ୍ମଦ ଆତଙ୍କବାଦୀ ହବିବୁଲ ଇସଲାମ ଓରଫ ସୈଫୁଲ୍ଲାକୁ କାନପୁରରୁ ଗିରିଫ କରିଛି। ୧୯ ବର୍ଷୀୟ ସୈଫୁଲ୍ଲା ବିଦେଶୀ ଆତଙ୍କବାଦୀ ଗୋଷ୍ଠୀ ସହ ଟେଲିଗ୍ରାମ୍, ଫେସ୍‌ବୁକ୍ ମେସେଞ୍ଜର ଓ ହ୍ବାଟ୍‌ସଆପ୍ ମାଧ୍ୟମରେ ସମ୍ପର୍କ ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe